‘ବ୍ଲାକ୍ ଫଙ୍ଗସ୍’କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର
ରାଜସ୍ଥାନ ସରକାର ଅଶୋକ ଗେହଲଟ ବୁଧବାର ଦିନ ବଡ଼ ଘୋଷଣା କରିଛନ୍ତି । ସେ ପାଣ୍ଡେମିକ୍ ଆକ୍ଟ ୨୦୨୦ ର ଧାରା ୩ ଅନୁଯାୟୀ ସମଗ୍ର ରାଜ୍ୟରେ ବ୍ଲାକ ଫଙ୍ଗସକୁ ମହାମାରୀ ତାଲିକାରେ ଯୋଡ଼ିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଏହି ବିଜ୍ଞପ୍ତି ଜାରି କରି କହିଛନ୍ତି, କରୋନା ପରେ ଅନେକ ଲୋକ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି । ଏହି ରୋଗକୁ ଗୁରୁତର ସହ ବିଚାରକୁ ନେଇ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର । ଏହାକୁ ଆଖିରେ ରଖି ସରକାର ଜୟପୁର ଏସଏମଏସ ହସ୍ପିଟାଲରେ ଏକ ଅଲଗା ୱାର୍ଡ ନିର୍ମାଣ କରିଛନ୍ତି । ଯେଉଁଠାରେ ବ୍ଲାକ ଫଙ୍ଗସକୁ ଗୁରୁତର ସହ ନିଆଯାଇ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁ ଡାଇବେଟିସ ରୋଗୀ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଆରୋଗ୍ୟ ହେବା ପରେ ଅଧିକାଂଶଙ୍କ ପାଖରେ ଏହି ବ୍ଲାକ ଫଙ୍ଗସ ବୃଦ୍ଧି ପାଉଛି। ଏହି ରୋଗର ଶିକାର ହେବା ପରେ ଆରୋଗ୍ୟ ହେବାକୁ ଯାଇ ଡାକ୍ତର ମାନେ ଜଣେ ଜଣେ ଆକ୍ରାନ୍ତଙ୍କ ଗୋଟିଏ ଆଖି ମଧ୍ୟ ବାହାର କରି ଦେଉଛନ୍ତି। ସୂଚନା ଯେ, ଏ ପର୍ଯ୍ୟନ୍ତ ରାଜସ୍ଥାନରେ ୧୦୦ରୁ ଅଧିକ ଲୋକ ବ୍ଲାକ ଫଙ୍ଗସ ରୋଗର ଶିକାର ହୋଇଛନ୍ତି । ତେଣୁ ରାଜସ୍ଥାନ ସରକାର ଏହାକୁ ଦୃଷ୍ଟି ଆଢୁଆଳରେ ନରଖି ତୁରନ୍ତ ପଦକ୍ଷେପ ନେଇଛନ୍ତି ।
Powered by Froala Editor