ମା’ଙ୍କ ମୁହଁକୁ ସ୍ନେହରେ ଧରିଲେ ରାହୁଲ

ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ମା’ ସୋନିଆ ଗାନ୍ଧିଙ୍କୁ ଏକ ବିଶେଷ ମୂହୁର୍ତ୍ତରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ହସୁଥିବା ଏବଂ ଥଟ୍ଟା କରୁଥିବା ଦେଖାଯାଇଥିଲା। ସୋନିଆଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରକାଶ କରିବା ପାଇଁ ସ୍ନେହରେ ତାଙ୍କ ମୁହଁକୁ ଧରିଥିଲେ। ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, କଂଗ୍ରେସର ୧୩୮ ତମ ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧୀ ଦିଲ୍ଲୀରେ ଯୋଗଦେଇଛନ୍ତି। ଦିଲ୍ଲୀବାସୀଙ୍କୁ ରାହୁଲ୍ ଗାନ୍ଧୀ କହିଛନ୍ତି, କେତେକ ବ୍ୟକ୍ତି ଘୃଣା ପ୍ରସାର କରୁଛନ୍ତି ଅଥଚ ଦେଶର ସାଧାରଣ ଜନତା ଏବେ ଶ୍ରଦ୍ଧା କଥା କହୁଛନ୍ତି। ଆମେ ଘୃଣା ବଜାରରେ ‘ଶ୍ରଦ୍ଧା’ ଦୋକାନ ଖୋଲିବୁ ।
Powered by Froala Editor