ଯୀଶୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ
କର୍ଣ୍ଣାଟକାର ମହୀଶୂରରେ ଥିବା ଗୋଟିଏ ଚର୍ଚ୍ଚରେ ପଶି ଗୁଣ୍ଡାଗର୍ଦ୍ଦି କରିଛନ୍ତି କିଛି ଦୁର୍ବୃତ୍ତ। ମହୀଶୂରଠାରୁ ପ୍ରାୟ ୮୫ କିଲୋମିଟର୍ ଦୂର ପେରିୟାପାଟନାରେ ଥିବା ଗୋଟାଏ ଗୀର୍ଜାରେ ଭଙ୍ଗାରୁଜା କରାଯାଇଥିବା କଥା ଜଣାପଡ଼ିଛି। ସେମାନଙ୍କ କଳବରୁ ଚର୍ଚ୍ଚରେ ଥିବା ବେବୀ ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ମଧ୍ୟ ରକ୍ଷା ପାଇନି। ଏହି ପ୍ରତିମୂର୍ତ୍ତିକୁ ସେମାନେ ଭାଙ୍ଗି ଦେଇଛନ୍ତି।
ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ପୁଲିସ୍ ଏକାଧିକ ଟିମ ଗଠନ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଚେଷ୍ଟା କରୁଛି। ସେମାନଙ୍କୁ ଚିହ୍ନଟ ପାଇଁ ଚର୍ଚ୍ଚ ପରିସରରେ ଲାଗିଥିବା ସିସିଟିଭିର ମଧ୍ୟ ଯାଞ୍ଚ ହେଉଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ବେଳେ ଚର୍ଚ୍ଚରେ ଭଙ୍ଗାରୁଜା ହୋଇଥିବା ପ୍ରଥମେ ଜଣେ କର୍ମଚାରୀ ଦେଖିଥିଲେ। ସେ ତୁରନ୍ତ ଜଣେ ପାଦ୍ରୀଙ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ କହିଛି ଯେ ଦୁର୍ବୃତ୍ତମାନେ ପଛ ପଟ ଦ୍ୱାର ଭାଙ୍ଗି ଚର୍ଚ୍ଚ ଭିତରେ ପଶିଥିଲେ।
Powered by Froala Editor