‘ଇନକୋଭାକ’ ଟିକାକୁ ୩୨୫ ଟଙ୍କାରେ ବିକ୍ରି କରିବ କମ୍ପାନୀ

ନୂଆଦିଲ୍ଲୀ:ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନାର ନାଜାଲ ଟିକା ‘ଇନକୋଭାକ’ର ମୂଲ୍ୟ ଧାର୍ୟ୍ୟ କରିଛି କମ୍ପାନୀ। ଧାର୍ୟ୍ୟ ମୂଲ୍ୟ ଅନୁଯାୟୀ କମ୍ପାନୀ ଏହାର ଟିକାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତି ଡୋଜ୍ (ପାନ)କୁ ୩୨୫ ଟଙ୍କାରେ ବିକ୍ରି କରିବ। ଘରୋଇ ସଂସ୍ଥାଗୁଡିକ ଲାଗି ଡୋଜ୍ ପ୍ରତି ମୂଲ୍ୟ ୮୦୦ ଟଙ୍କା ଧାର୍ୟ୍ୟ ହୋଇଛି। ଘରୋଇ ସଂସ୍ଥାଗୁଡିକ ଟିକା ମୂଲ୍ୟ ଉପରେ ଅତିରିକ୍ତ ୫% ଜିଏସ୍ଟି ଆଦାୟ କରିବେ। ଇନକୋଭାକକୁ ୧୮ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ନାଗରିକ ବୁଷ୍ଟର ପାନ ଭାବେ ନେଇ ପାରିବେ। ଏହି ଟିକା ଇଞ୍ଜେକସନ ପରିବର୍ତ୍ତେ ନାକରେ ଦିଆଯିବ। ୨୦୨୩ ଜାନୁଆରୀ ଚତୁର୍ଥ ସପ୍ତାହରୁ ଏହି ଟିକା ସାଧାରଣରେ ଉପଲବ୍ଧ ହେବ। ଭାରତ ବାୟୋଟେକ କହିଛି ଯେ ଇନକୋଭାକ ଟିକାକୁ ୨ରୁ ୮ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସଂରକ୍ଷଣ ରଖାଯାଇପାରିବ।
Powered by Froala Editor