ସଲମାନଙ୍କ ଜନ୍ମଦିନରେ ଏମିତି ଲେଖି ଟ୍ୟାଗ୍ କଲେ କଟ୍ରିନା

ଡିସେମ୍ବର ୨୭ରେ ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍ ଅଭିନେତା ସଲମାନ୍ ଖାଁ। ଏହି ଅବସରରେ ତାଙ୍କ ନିକଟକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏସବୁ ମଧ୍ୟରେ ଅଭିନେତ୍ରୀ କଟ୍ରିନା କୈଫ ସଲମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ଇନଷ୍ଟା ଷ୍ଟୋରୀ ରଖିଛନ୍ତି। ଯେଉଁଥିରେ ସଲମାନଙ୍କ କଳାଧଳା ଫଟୋ ସହ 'ଟାଇଗର, ଟାଇଗର, ଟାଇଗରଙ୍କ ଜନ୍ମଦିନ' ବୋଲି ଲେଖାଯାଇଛି। ଏହାକୁ ସେ ସଲମାନଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି।
ଅନେକ ବର୍ଷ ଧରି ଦୁହିଁଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଉଭୟ ଏନେଇ ମୁହଁ ଖୋଲି ନ ଥିଲେ ହେଁ ସତ କାହାକୁ ଅଛପା ନ ଥିଲା। କିନ୍ତୁ କଟ୍ରିନା ସଲମାନଙ୍କ ପରେ ରଣବୀର କପୁରଙ୍କ ସହ ରିଲେସନଶିପ୍ରେ ଥିଲେ। ଏହି ସମ୍ପର୍କ ମଧ୍ୟ ବେଶି ଦିନ ଚାଲି ନ ଥିଲା। ଶେଷରେ କଟ୍ରିନା ଗତ ବର୍ଷ ଡିସେମ୍ବର ୯ରେ ଅଭିନେତା ବିକ୍କି କୌଶଲଙ୍କୁ ବିବାହ କରିଛନ୍ତି।
Powered by Froala Editor