କାର ଦୁର୍ଘଟଣାରେ ମୋଦୀଙ୍କ ଭାଇ ଆହତ : ତାଙ୍କ ସହ ଥିଲେ ପତ୍ନୀ, ପୁଅ ଏବଂ ବୋହୂ
ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ଦୁର୍ଘଟଣା ବେଳେ କାର ଭିତରେ ପ୍ରହ୍ଲାଦ ମୋଦି, ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ରହିଥିଲେ। ଏମାନେ ମର୍ସିଡିଜ ବେଞ୍ଜରେ ବାନ୍ଦିପୁରା ଯାଉଥିବା ବେଳେ ମଧ୍ୟାହ୍ନ ୨ଟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି ।
ପ୍ରହ୍ଲାଦ ମୋଦି କାର ସଡକର ଡିଭାଇଡରେ ପିଟି ହୋଇଯିବା ପରେ ଏହି ଦୁର୍ଘଟଣା ହୋଇଥିଲା । ଉକ୍ତ କାରରେ ପ୍ରହ୍ଲାଦଙ୍କ ସହ ତାଙ୍କ ପୁଅ ମେହୁଲ ମୋଦୀ, ବୋହୂ, ନାତି ମେନାଥ ମେହୁଲ, ଡ୍ରାଇଭର ସତ୍ୟନାରାୟଣ ଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇଥିଲେ ବି ଏବେ ବିପଦମୁକ୍ତ ଅଛନ୍ତି । ତେବେ ପ୍ରହ୍ଲାଦଙ୍କ ନାତି ମେନାଥଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଇଛି ।
Powered by Froala Editor