ରୋଗ ଚିହ୍ନିପାରିଲେନି ଡାକ୍ତର, ସର୍ଜରି କରି ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ
ଅପରେସନ କରି ଜଣେ ଯୁବକଙ୍କ ଗୁପ୍ତାଙ୍ଗ ହଟାଇ ଦେଇଛନ୍ତି ଡାକ୍ତର । ଯେଉଁଥିପାଇଁ କୋର୍ଟ ଆଦେଶ ଦେଇଛନ୍ତି ଯେ ହସ୍ପିଟାଲ ତରଫରୁ ପୀଡ଼ିତ ଯୁବକଙ୍କୁ ୫୪ ଲକ୍ଷ ଟଙ୍କା ଜରିମାନା ଦିଆଯାଉ।
ଘଟଣାଟି ଫ୍ରାନ୍ସର। ଯୁବକ ଜଣକ ୩ ସନ୍ତାନର ବାପା। ଯେତେବେଳେ ସେ ୩୦ ବର୍ଷର ଥିଲେ, ସେତେବେଳେ ଯାଞ୍ଚ ବେଳେ ସେ carcinomaରେ ପୀଡ଼ିତ ଥିବାର ଜଣାପଡ଼ିଥିଲା। carcinoma ହେଉଛି ଏକ ପ୍ରକାରର କ୍ୟାନ୍ସର।
ତେବେ ଯୁବକଙ୍କ ଚିକିତ୍ସା ୨୦୧୪ରେ ନ୍ୟାନ୍ଟେସ ୟୁନିଭର୍ସିଟି ହସ୍ପିଟାଲରେ ହୋଇଥିଲା। ଡାକ୍ତର ତାଙ୍କର ସର୍ଜରି ବେଳେ ଗୁପ୍ତାଙ୍ଗ କାଟି ଦେଇଥିଲେ । ଯାହାକୁ ବିରୋଧ କରି ଯୁବକ ଜଣକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ କି, ସର୍ଜରୀ ସମୟରେ ହୋଇଥିବା ଭୁଲ୍ କାରଣରୁ ପ୍ରାଇଭେଟ୍ ପାର୍ଟରେ କ୍ୟାନ୍ସର ବ୍ୟାପି ଯାଇଥିଲା। ଏଥିଯୋଗୁ ଯୁବକଙ୍କୁ ଏତେ ଯନ୍ତ୍ରଣା ହୋଇଥିଲା ଯେ ଏକ ସମୟରେ ସେ ନିଜେ ହିଁ ପ୍ରାଇଭେଟ୍ ପାର୍ଟ ହଟାଇ ଦେବାକୁ ଉଦ୍ୟମ କରିଥିଲେ। ତାଙ୍କ ପତ୍ନୀ ତାଙ୍କୁ ଏଥିରୁ ଅଟକାଇଥିଲେ।
ଜଣେ ଡାକ୍ତର ଦାବି କରିଛନ୍ତି ଯେ ବର୍ଷେ ଭିତରେ ଯୁବକଙ୍କ ଟ୍ୟୁମର ଏତେ ମାତ୍ରାରେ ବଢ଼ି ଯାଇଥିଲା କି, ସେମାନଙ୍କ ପାଖରେ ପ୍ରାଇଭେଟ୍ ପାର୍ଟ ହଟାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା। ହେଲେ ଏବେ ଜଣାପଡ଼ିଛି, ଡାକ୍ତର ରୋଗକୁ ଚିହ୍ନିବାରେ ଭୁଲ୍ କରିଥିଲେ। ତେଣୁ ହସ୍ପିଟାଲ ତରଫରୁ ଯୁବକଙ୍କୁ କ୍ଷତିପୂରଣ ବାବଦରେ ୫୪ ଲକ୍ଷ ଟଙ୍କା ଦିଆଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor