ଇତିହାସ ରଚିଲେ ସାନିଆ : ପ୍ରଥମ ମୁସଲିମ ମହିଳା ଭାବେ ଚଲାଇବେ ଯୁଦ୍ଧ ବିମାନ
ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା। ଏନଡିଏ ପରୀକ୍ଷାରେ ସଫଳତା ହାସଲ କରି ଯୁଦ୍ଧ ବିମାନର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ସାନିଆ।
ସାନିଆଙ୍କ ବାପା ଶାହିଦ ଅଲୀ ଜଣେ ଟିଭି ମେକାନିକ। ର୍ମିଜାପୁର ଦେହାତ କୋଟଓ୍ୱାଲି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାରଙ୍କ ସହ ରୁହନ୍ତି ସାନିଆ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ। ଟପ୍ପର ହେବା ପରେ ସେ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀରେ ଫାଇଟର ପାଇଲଟ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏନଡିଏ ପରୀକ୍ଷାର ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇଛନ୍ତି। ଏପରି ସଫଳତା ହାସଲ କରି ସାନିଆ କେବଳ ନିଜ ଜିଲ୍ଲା ନୁହେଁ, ବରଂ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏରେ ଜଏନ କରିବେ।
ତାଙ୍କ ବାପା ଶାହିଦ ଅଲୀ କହିଛନ୍ତି, ସାନିଆ ର୍ମିଜା ସବୁବେଳେ ଦେଶର ପ୍ରଥମ ଯୁଦ୍ଧ ବିମାନ ପାଇଲଟ ଅବନୀ ଚର୍ତୁବେଦୀଙ୍କୁ ତା ଆଦର୍ଶ ମାନି ଆସିଛି। ପିଲାଟି ବେଳକୁ ଅବନୀଙ୍କ ଭଳି ହେବାକୁ ତାର ଇଚ୍ଛା ଥିଲା। ଏଥିପାଇଁ ଆମେ ବହୁତ ଖୁସି।
Powered by Froala Editor