ପୋଲ ତଳେ ଲାଖିଲା ଗ୍ୟାସ୍ ଟ୍ୟାଙ୍କର : ବ୍ଲାଷ୍ଟରେ ୧୦ ମୃତ
ଦକ୍ଷିଣ ଆଫ୍ରିକାର ଜୋହାସନ୍ବର୍ଗ ଅଞ୍ଚଳର ପୂର୍ବପ୍ରାନ୍ତ ଅନ୍ତର୍ଗତ ବୋକ୍ସ୍ବର୍ଗ ସହରରେ ଥିବା ‘ଟାମ୍ବୋ ମେମୋରିଆଲ୍ ହସ୍ପିଟାଲ୍’ ନିକଟରେ ଏଲ୍ପିଜି ନେଇ ଯାଉଥିବା ଗୋଟାଏ ଇନ୍ଧନ ଟ୍ୟାଙ୍କର୍ ଫାଟି ଯିବାରୁ ଅନ୍ୟୂନ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ସୂଚନା ମୁତାବକ, ଟାମ୍ବୋ ମେମେରିଆଲ ହସ୍ପିଟାଲ ନିକଟରେ ଶନିବାର ଲିକ୍ୟୁଡ୍ ପେଟ୍ରୋଲିଅମ୍ ଗ୍ୟାସ୍ ତଥା ଏଲ୍ପିଜି ନେଇ ଯାଉଥିବା ଏକ ଇନ୍ଧନ ଗ୍ୟାସ୍ ଟ୍ୟାଙ୍କର୍ରେ ବିସ୍ଫୋରଣ ହୋଇଛି। ପୋତ ତଳ ଦେଇ ଟ୍ୟାଙ୍କର୍ଟି ଯାଉଥିବା ବେଳେ ହଠାତ୍ ଲାଖି ଯାଇଥିଲା। ଏହାପରେ ଏଥିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି।
ମୃତାହତଙ୍କ ବ୍ୟତୀତ ବିସ୍ଫୋରଣ ପ୍ରକୋପରେ ଡାକ୍ତରଖାନା ଛାତର କିଛି ଅଂଶ ଭାଙ୍ଗିପଡ଼ିଛି। ଜରୁରୀକାଳୀନ ସେବାର ମୁଖପାତ୍ର ୱିଲିୟମ୍ ନ୍ଲାଦି କହିଛନ୍ତି, ପୋଲ ତଳ ଦେଇ ଯିବା ବେଳେ ଟ୍ୟାଙ୍କ୍ରଟି ଲାଖିଯାଇଛି ଏବଂ ଘର୍ଷଣ ଯୋଗୁଁ ସେଥିରେ ନିଆଁ ଲାଗି ବିସ୍ଫୋରଣ ଘଟିଛି।
ଦମକଳ ବାହିନୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ଘଟିଲା। ଏଥିଯୋଗୁଁ ଗୋଟିଏ ଦମକଳ ଓ ଦୁଇଟି ମୋଟର୍କାର୍ ନଷ୍ଟ ହୋଇଯାଇଛି। ଆହତ ହୋଇଥିବା ଟ୍ୟାଙ୍କର୍ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Powered by Froala Editor