ମେ ୩୧ ଯାଏଁ ବାତିଲ କରାଯାଇଛି ଏହି ଟ୍ରେନ

ଭୁବନେଶ୍ୱର: ଦୈନିକ ଚଳାଚଳ କରୁଥିବା କେତେକ ମେମୁ, ଯାତ୍ରୀବାହୀ ଏବଂ ଦ୍ରୁତଗାମୀ ରେଳ ସ୍ଥିରୀକୃତ ଦିନରେ ମେ ୩୧ ଯାଏଁ ବାତିଲ କରାଯାଇଛି । ୩ ଯୋଡ଼ା ବିଶେଷ ରେଳ ଆଂଶିକ ବାତିଲ ହେବ । ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ୩୧ ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ୫ ଯୋଡା ରେଳଗୁଡ଼ିକ ହେଲା ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ ଏବଂ କଟକ-ଭ୍ରଦକ-କଟକ । ପୁରୀ-ଅନୁଗୋଳ-ପୁରୀ, ପୁରୀ-କଟକ-ପୁରୀ ଏବଂ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର । ସେହିପରି ବିଶେଷ ବିଶାଖାପାଟନମ-ରାୟପୁର-ବିଶାଖାପାଟନମ ବିଶେଷ ରେଳ ବିଶାଖାପାଟନମରୁ ୨୪ ରୁ ୩୧ ଏବଂ ରାୟପୁରରୁ ୨୪ ରୁ ୧ ପର୍ଯ୍ୟନ୍ତ ବାତିଲ ରହିବ । ସମ୍ବଲପୁର-ରାୟପୁର-ସମ୍ବଲପୁର ଉଭୟ ପାଶ୍ୱର୍ରେ ମେ ୨୨, ୨୩, ୨୯ ଓ ୩୦ ତାରିଖ ବାତିଲ ହେବ ।
Powered by Froala Editor