କରୋନା ନେଲା ୨୬୯ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ: ଦ୍ୱିତୀୟ କରୋନା ଲହର ଦେଶର କାୟା ମେଲାଇଛି । ଏବେ ସୁଦ୍ଧା ଦ୍ୱିତୀୟ ଲହରରେ ମୋଟ ୨୬୯ ଜଣ ଡାକ୍ତରଙ୍କର କରୋନାରେ ମୃତୁ୍ୟ ହେଲାଣି । ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ପ୍ରଥମ କରୋନା ଲହରରେ ମୋଟ ୭୪୮ ଜଣ ଡାକ୍ତରଙ୍କର ମୃତୁ୍ୟ ହୋଇଥିଲା । କିନ୍ତୁ ଦ୍ୱିତୀୟ ଲହର ବେଳକୁ ଅଧିକାଂଶ ଡାକ୍ତର ଉଭୟ ଡୋଜ କରୋନା ପ୍ରତିଷେଧକ ଟିକା ନେଇ ସାରିଥିଲେ । ଏଣୁ ଦ୍ୱିତୀୟ ଲହରରେ ଅପେକ୍ଷାକୃତ କମ ଡାକ୍ତରଙ୍କର କରୋନା ଜନିତ ମୃତୁ୍ୟ ହୋଇଛି । ଦ୍ୱିତୀୟ ଲହରରେ ବିହାରରୁ ସର୍ବାଧିକ ୭୮ ଜଣ ଡାକ୍ତରଙ୍କର ମୃତୁ୍ୟ ହୋଇଛି । ପରେ ଉତ୍ତରପ୍ରଦେଶରୁ ୩୭ ଜଣ, ଦିଲ୍ଲୀରୁ ୨୮ ଜଣ, ଆନ୍ଧ୍ରପ୍ରଦେଶରୁ ୨୨ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦ୍ୱିତୀୟ ଲହରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ୧୪ ଜଣ ଡାକ୍ତରଙ୍କର କରୋନାରେ ମୃତୁ୍ୟ ହୋଇଛି ।
Powered by Froala Editor