ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କ ଦେହାନ୍ତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କ ସୋମବାର ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୧ ବର୍ଷ ହେଉଥିଲା । ସେ ଗତ କିଛି ଦିନ ପୂର୍ବରୁ ରୋଗାକ୍ରାନ୍ତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ଜନ୍ମ ମାଟି ଉଫୁଲାରେ ଅନ୍ତିମ ସଂସ୍କାର ହୋଇଛି । ପ୍ରକାଶ ଯେ, ସ୍ୱର୍ଗତ ତରିଆ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଟାଣୁଆ ନେତା ଥିଲେ । ୧୯୮୫ ରୁ ୯୦ ପର୍ଯ୍ୟନ୍ତ ବୀରମହାରାଜପୁର ବିଧାୟକ, ୧୯୮୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କଂଗ୍ରେସ ମନ୍ତ୍ରୀ ମଣ୍ଡଳରେ ରାଜ୍ୟ କୃଷି ଓ ସମବାୟ ମନ୍ତ୍ରୀ ଥିଲେ । ସ୍ୱର୍ଗତ ତରିଆ ବୀରମହାରାଜପୁର ଓକିଲ ସଂଘରେ ୬ ଥର ସଭାପତି ରହିଥିଲେ । ଏଥିସହ ସେ କୋସଲ ଆନେ୍ଦାଳନରେ ସାମିଲ ହୋଇଥିଲେ । କୋଭିଡ ନିୟମାନୁସାରେ ବୀରମହାରାଜପୁର ବ୍ଲକ ଉଫୁଲା ଗାଁ ନିକଟ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସ୍ୱଳ ଲୋକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ନେଇ ଦାହ ସକ୍ରାର କରାଯାଇଥିଲା ।
Powered by Froala Editor