ଶିଶୁକନ୍ୟା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୫ବର୍ଷ କାରାଦଣ୍ଡ
ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତ ଗଣେଶ ବେହେରା ଦଳେଇଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୋଗ ଅନୁସାରେ ୨୦୨୦ ଜାନୁଆରୀ ୨୬ ତାରିଖରେ ଜଣେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା ଗଣେଶ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ମାମଲାର ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ଦେଢ଼ବର୍ଷ କାରାଦଣ୍ଡ ଭୋଗିବାକୁ ହେବ ।
ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଣେଶ ବେହେରା ଦଳାଇ ଓରଫ ଲିଟୁ (୨୮) ୫ ବର୍ଷିୟା ଶିଶୁକନ୍ୟାଙ୍କୁ ବରା କିଣି ଦେବାକୁ କହିଥିଲେ। ପରେ ସେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ବଳାତ୍କାର କରିଥିଲେ। ଶିଶୁକନ୍ୟା ପାଟି କରିବାରୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଘଟଣା ଦିନ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ ସାରି ଛାତ୍ରୀଛାତ୍ରମାନେ ଫେରୁଥିବା ବେଳେ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ପୀଡ଼ିତାଙ୍କ ମା' ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ।
Powered by Froala Editor