ଭାରତୀୟଙ୍କ ଲୋକପ୍ରିୟତା ଖାଦ୍ୟ ସ୍ଥାନ ନେଇଛି ବିରିୟାନୀ

ଭାରତୀୟ ଖାଦ୍ୟର ଲୋକପ୍ରିୟତା କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ରହିଛି । ସେଥିରୁ ଗୋଟିଏ ହେଉଛି ବିରିୟାନୀ । ଅନେକ ପ୍ରକାରର ବିଦେଶୀ ଖାଦ୍ୟ ଏବେ ଆମ ପସନ୍ଦ ତାଲିକାରେ ସାମିଲ ହୋଇଥିଲେ ହେଁ ଆମ ସ୍ୱାଦ କିନ୍ତୁ ଏବେ ବି ଦେଶୀ ରହିଛି । ଏକ ରିପୋର୍ଟ ଅନୁସାରେ, ବିଦାୟୀ ବର୍ଷ ୨୦୨୨ରେ ଭାରତୀୟଙ୍କ ସବୁଠୁ ପସନ୍ଦର ଖାଦ୍ୟ ସ୍ଥାନ ନେଇଛି ବିରିୟାନୀ ।
ଖାଦ୍ୟ ଡେ଼ଲିଭରି କରୁଥିବା ସ୍ୱିଗି ଆପ ହାଓ ଇଣ୍ଡିଆ ୱିଗି ଦି ୨୦୨୨ ଡ଼ାଟା ଅନୁସାରେ ବର୍ଷସାରା ବିରିୟାନୀକୁ ଲୋକେ ସବୁଠାରୁ ଅଧିକ ଅଡର଼୍ର କରିଛନ୍ତି । ପ୍ରତି ମିନିଟରେ ୧୩୭ ବିରିୟାନୀ ଅର୍ଥାତ ପ୍ରତି ସେକେଣ୍ଡରେ ୨ରୁ ଅଧିକ ବିରିୟାନୀ ଲୋକେ ଅଡର଼୍ର କରିଥିବା ଏହି ରିପୋର୍ଟରେ କୁହାଯାଇଛି । ଅଡର଼୍ର ହୋଇଥିବା ବିରିୟାନୀ ମଧ୍ୟରେ ଚିକେନ ବିରିୟାନୀ ଶୀର୍ଷରେ ରହିଛି । ଏହି ତାଲିକାରେ ଦ୍ୱିତୀୟରେ ରହିଛି ମସଲା ଦୋସା । ସେହିପରି ଚିକେନ ଫ୍ରାଏଡ଼ରାଇସକୁ ଲୋକେ ବହୁମାତ୍ରାରେ ଅଡର଼୍ର କରିଥିବାରୁ ଏହା ତୃତୀୟ ସର୍ବାଧିକ ପସନ୍ଦର ଖାଦ୍ୟ ହୋଇଛି । ଏହା ତଳକୁ ପନିର ବଟର ମସାଲା ଏବଂ ବଟର ନାନ୍ ଅଡର଼୍ର ରହିଛି । ଅନ୍ୟପକ୍ଷରେ ସ୍ନାକ୍ସ ବା ଜଳଖିଆରେ ବହୁସଂଖ୍ୟାରେ ଲୋକେ ସିଙ୍ଗେଡ଼ାକୁ ପସନ୍ଦ କରିଛନ୍ତି । ବର୍ଷସାରା କେବଳ ସ୍ୱିଗିରେ ୪୦ଲକ୍ଷ ସିଙ୍ଗେଡ଼ା ଅଡର଼୍ର କରିଛନ୍ତି । ୨୨ ଲକ୍ଷ ପପ୍ ପର୍ନ ଅଡର଼୍ର ଆସିଥିବାରୁ ଏହା ଦ୍ୱିତୀୟରେ ରହିଛି ।
Powered by Froala Editor