ନେପାଳ ପୋଖରାରେ ଭୂ-କମ୍ପ, ବିହାରରେ ଅନୁଭୂତ ହେଲା ଝଟ୍କା

ନେପାଳର ପୋଖରାରେ ବଡ଼ ଧରଣର ଭୂ-କମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୩ ରହିଛି । ଏହା ୫.୮ ମ୍ୟାଗ୍ନିଚ୍ୟୁଡରେ ରେକର୍ଡ କରାଯାଇଛି ବୋଲି ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଭୂକମ୍ପ ବିଶେଷଜ୍ଞ ଡ. ଲୋକ ବିଜୟ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ସ୍ଥାନୀୟ ସମୟ ପ୍ରାୟ ୫ଟା ୪୨ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲେ ବୋଲି ଜଣାପଡ଼ିଛି । ଏଯାବତ୍ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ନେପାଳରେ ଆସିଥିବା ଭୂମିକମ୍ପ ଲାଗି ରହିଥିବା ବିହାରରେ ବି ଅନୁଭୂତ ହୋଇଛି । ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।
ଏହାପୂର୍ବରୁ ଏପ୍ରିଲ୍ ୨୮ରେ କାଠମାଣ୍ଡୁ ଉପତ୍ୟକାରେ ରିକ୍ଟର ସ୍କେଲରେ ୫.୨ ତ୍ରୀବ୍ରତାରେ ଏକ ଭୂକମ୍ପ ଅନୂଭୂତ ହୋଇଥିଲା।
Powered by Froala Editor