ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ

ଭୁବନେଶ୍ୱର: ବର୍ତ୍ତମାନ ସମୟର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଜଣାଯାଇଛି । କଣ୍ଟାବାଞ୍ଜି ଜେଲ ଭିତରେ ଥିବାବେଳେ ସେ ଏକ ଛୋଟ ଗଛରେ ଗାମୁଛାରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଜଣାପଡ଼ିବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି ।
ତେବେ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଏଭଳି ପଦକ୍ଷେପ ଗ୍ରହଣ କରିବା ଜେଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋବିନ୍ଦ ଗାମୁଛା ନେଇ କେମିତି ଗଛ ପାଖକୁ ଯାଇ ଆତ୍ମହତ୍ୟା କଲେ କେମିତି, ଆତ୍ମହତ୍ୟା କରିବା ବେଳେ କେହି କ’ଣ ଦେଖି ପାରିଲେନି ବୋଲି ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଆଜି ଗୋବିନ୍ଦଙ୍କୁ କୋର୍ଟରେ ହାଜର କରାଇବାର ଥିଲା ବୋଲି ସୂଚନା ମିଳିଛି ।
ତେବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ମମିତା ମେହେର ହତ୍ୟା ମାମଲା ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାରେ ଶେଷ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ଗୋବିନ୍ଦ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ।
Powered by Froala Editor