ବିଶ୍ୱକପ ହକି:ମୋ ବସ ସେବାରେ ଆଉ ୩୦ଟି ବସ ସାମିଲ
ଭୁବନେଶ୍ୱର: ବିଶ୍ୱକପ ହକିକୁ ନେଇ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ବିଶ୍ୱକପ ପାଇଁ ମୋ ବସ ସେବାରେ ଆଉ ୩୦ଟି ବସ ସାମିଲ କରାଯିବ । ଏ ସମସ୍ତ ବସ ପ୍ରଦୂଷଣ ମୁକ୍ତ ଓ ଶୀତତାପ ନିୟନ୍ତ୍ରଣ ଇଲେକଟ୍ରିକ ବସ । ଏଥି ମଧ୍ୟରୁ ୯ଟି ବସ ଆସି ସାରିଥିବା ବେଳେ ଅବଶିଷ୍ଟ ୨୧ଟି ବସ ଡ଼ିସେମ୍ବର ଶେଷ ସୁଦ୍ଧା ଆସିବ ।
ଅନ୍ୟପକ୍ଷରେ ସୋମବାର ଠାରୁ ଭୁବନେଶ୍ୱରରେ ମଧ୍ୟ ହକି ବିଶ୍ୱକପର ଅଫଲାଇନ ଟିକଟ ବିକ୍ରି ଆରମ୍ଭ ହୋଇଛି । ହେଲେ ପ୍ରଥମ ଦିନରେ ହକିପ୍ରେମୀ ନିରାଶ ହୋଇଛନ୍ତି । ଭାରତ ଖେଳିବାକୁ ଥିବା ମ୍ୟାଚର ଟିକଟ ନ ପାଇ ହକି ପ୍ରେମୀ ନିରାଶ ହୋଇ ଫେରିଛନ୍ତି । ଟିକଟ କାଉଣ୍ଟରରେ କେବଳ ଜାନୁଆରୀ ୧୩ ଓ ୧୪ ପାଇଁ ଟିକଟ ମିଳୁଥିବା ଜାଣିବା ପରେ ଆଶାୟୀ ଦର୍ଶକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟ ମ୍ୟାଚର ଟିକଟ କେବେ ମିଳିବ ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳିପାରିନାହିଁ ।
Powered by Froala Editor