କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଯାବାକୁ ବିଜେଡି ପକ୍ଷରୁ ଦାବି

କେନ୍ଦ୍ରାପଡ଼ା : କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚାଲିପାରୁନି। ଚଳାଚଳ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଯାହାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଆନ୍ଦୋଳନ ହେଉଛି । ତେଣୁ କେନ୍ଦ୍ରାପଡାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ ଚଳାଯାଉ ବୋଲି ଆଜି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।
ବିଜେଡି ପ୍ରେସ୍ମିଟ୍ରେ ଆହୁରୀ ମଧ୍ୟ କହିଛି ଯେ, ଗତ ୨୩. ୯. ୨୦ରୁ ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି । ନିୟମିତ ୨୦ଟି ରେଳ ମାଲବାହୀ ଟ୍ରେନ ଚଳାଚଳ କରୁଛି । ଯାତ୍ରୀବାହୀ ଟ୍ରେନ ଯାତାୟତ ପାଇଁ ପରୀକ୍ଷା ମୂଳକ ଚଳାଚଳ ଶେଷ ହୋଇଥିଲେ ବି ଚାଲିପାରୁନି । ବିନା ମୂଲ୍ୟରେ ଜମି ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।
Powered by Froala Editor