ଜ୍ୱାଇଁଙ୍କୁ ଉପହାରରେ ମିଳିଲା ବୁଲଡୋଜର
ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଜଣେ କନ୍ୟାପିତା ତାଙ୍କ ଜ୍ବାଇଁଙ୍କୁ ଯୌତୁକରେ ଏକ ବୁଲଡୋଜର ଦେଇଛନ୍ତି । ଯୌତୁକରେ ବୁଲଡୋଜର ଦେବା ଜିଲ୍ଲାରେ ପ୍ରଥମ ଘଟଣା ହୋଇଥିବାବେଳେ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ,ଝିଅର ବାପା କହିଛନ୍ତି ଯେ ଯଦି ସେ ଯୌତୁକରେ କାର ଦେଇଥାନ୍ତେ, ତେବେ ତାହା ଘର ଆଗରେ ଛିଡା ହୋଇ ରହିଥାନ୍ତା । କିନ୍ତୁ ବୁଲଡୋଜର ମାଧ୍ୟମରେ ଘରକୁ କିଛି ଅର୍ଥ ମଧ୍ୟ ଆସିବ । ବେଲୁନ ଓ ଫୁଲମାଳ ଲଗାଯାଇଥିବା ବୁଲଡୋଜରଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବୁଲଡୋଜରକୁ ଶ୍ୱଶୁର ତାଙ୍କ ଜ୍ୱାଇଁଙ୍କୁ ଦେଇଥିବା ଜଣାପଡ଼ିଛି ।
ସୁମେରପୁର ଗ୍ରାମର ଅବସରପ୍ରାପ୍ତ ସୈନିକ ପର୍ଶୁରାମଙ୍କ ଝିଅ ନେହାଙ୍କର ବିବାହ ଡିସେମ୍ବର ୧୫ରେ ହୋଇଥିଲା । ନୌସେନାରେ କାର୍ଯ୍ୟ କରୁଥିବା ଯୋଗେନ୍ଦ୍ର ଓରଫ ଯୋଗୀ ପ୍ରଜାପତିଙ୍କ ସହ ନେହାଙ୍କର ବିବାହ ହୋଇଥିଲା । ଆଉ ପର୍ଶୁରାମ ନିଜ ଜ୍ବାଇଁଙ୍କୁ ବିଳାସପୂର୍ଣ୍ଣ କାର ଯୌତୁକରେ ଦେଇନଥିଲେ ବରଂ ଯୌତୁକରେ ଏକ ବୁଲଡୋଜର ଦେଇଥିଲେ।
Powered by Froala Editor