ଯାଜପୁର ରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ କୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ

କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି ।
ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବା କୁ ପଡିବ ନାହିଁ ।
ଯାଜପୁର ର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ ଏବଂ ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସା ସୁବିଧା ପାଇ ପାରିବେ । ଚିକିତ୍ସା ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଵେ । ଏହି ହସ୍ପିଟାଲରେ 150 ଟି ଅକ୍ସିଜେନ ସଯୁକ୍ତ ବେଡ଼୍ ସହିତ 50ଟି ICU ବେଡ଼୍ ମଧ୍ୟ ରହିବ ।
Powered by Froala Editor