ଗାନ୍ଧିଙ୍କୁ ମୋ ସହ ତୁଳନା କରିବା ଅତ୍ୟନ୍ତ ଭୁଲ

ମୋତେ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରନାହିଁ। ଭାରତ ଯୋଡୋ ଯାତ୍ରାରେ ମଧ୍ୟରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧି କହିଛନ୍ତି ଯେ, “ଜାତିରି ପିତା ମହାତ୍ମା ଗାନ୍ଧିଙ୍କୁ ମୋ ସହ ତୁଳନା କରିବା ଅତ୍ୟନ୍ତ ଭୁଲ। ଗାନ୍ଧିଙ୍କ ଜାଗା କେଉଁଠି ଏବଂ ମୋ ଜାଗା ଆଉ କେଉଁଠି। ତାଙ୍କୁ ମୋ ସହ ତୁଳନା କରିବା ଅନୁଚିତ। ସେ ଜଣେ ମହାନ ବ୍ୟକ୍ତି ଥିଲେ। ସେ ତାଙ୍କର ପୂରା ଜୀବନ ଦେଶ ପାଇଁ ସମର୍ପଣ କରିଛନ୍ତି । ସେ ୧୦-୧୨ ବର୍ଷ ଜେଲ ଜୀବନ ବିତାଇଛନ୍ତି। ତାଙ୍କ ଜାଗା ଆଉ କେହି ପୂରଣ କରିପାରିବେ ନାହିଁ।
ରାଜସ୍ଥାନର ଦୌସା ଜିଲ୍ଲା ଗସ୍ତ ସମୟରେ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରା କହିଥିଲେ ଯେ, ଦେଶର ଏକତା ତଥା ଅଖଣ୍ଡତା ପାଇଁ ରାହୁଲଙ୍କ ଜେଜେମା ଇନ୍ଦିରା ଗାନ୍ଧୀଜୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ପିତା ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ସହିଦ ହୋଇଥିଲେ ଏବଂ ମହାତ୍ମା ଗାନ୍ଧୀ ସ୍ୱାଧୀନତା ପାଇଁ ଲଢ଼ିଥିଲେ, ଯିଏ ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିଥିଲେ। ଏବେ ଆମର ନେତା ରାହୁଲ ଗାନ୍ଧୀ ଆସିଛନ୍ତି।
ଏହା ଉପରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଥିଲେ ଯେ, ତାଙ୍କୁ କଂଗ୍ରେସର ଅତୀତ ସହିତ ତୁଳନା କରାଯିବା ଉଚିତ୍ ନୁହେଁ। ରାହୁଲ ଗାନ୍ଧୀଙ୍କ କହିବା ମୁତାବକ, ‘ବର୍ତ୍ତମାନ ରାଜ୍ୟ ସଭାପତି ଡୋଟାସରାଜୀ ମହାତ୍ମା ଗାନ୍ଧୀଜୀଙ୍କ ସହ ମୋତେ ତୁଳନା କଲେ। ଏହା ସମ୍ପୂର୍ଣ୍ଣ ଭୁଲ୍।
Powered by Froala Editor