ଘର ଅଗଣାରେ ଲଗାନ୍ତୁ ଏହି ଗଛ, ପ୍ରାପ୍ତି ହୁଏ ସୌଭାଗ୍ୟ

ସବୁଜ ଗଛ ଓ ରଙ୍ଗବେରଙ୍ଗର ଫୁଲରେ ଭରା ବଗିଚାରେ ଟିକେ ବୁଲିଲେ ମନ ବେଶ୍ ତାଜା ହୋଇଯାଏ। ସେଥିପାଇଁ ତ ଅନେକେ ନିଜ ଅଗଣାରେ ହେଉ ଅବା ଛାତ ଉପରେ ବିଭିନ୍ନ ପ୍ରକାର ଗଛ ଲଗାଇଥାନ୍ତି। ଏପରି କି କେହି କେହି ଇଣ୍ଡୋର ପ୍ଲାଣ୍ଟ ବି ଲଗାଇବାର ସଉକ ରଖିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ଅଛି, ଯାହାକୁ ଲଗାଇବା ଦ୍ୱାରା ଘରର ଶୋଭା ସାଙ୍ଗକୁ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଯଥା:
ତୁଳସୀ- ଘରର ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇଲେ ଗ୍ରହଦୋଷ, ପାପକର୍ମ, ବାସ୍ତୁଦୋଷ ନାଶ ହେବା ସହ ଘରେ ସକାରାତ୍ମକ ଊର୍ଜା ପ୍ରବାହିତ ହୁଏ ଓ ଧନଧାନ୍ୟ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।
ସେହିପରି କୁହାଯାଏ, ଲକ୍ଷ୍ମୀ-ନାରାୟଣଙ୍କର ପ୍ରିୟ ଅଁଳା ଗଛକୁ ଘରର ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇ ନିୟମିତ ସେଠାରେ ପୂଜାକଲେ ସୌଭାଗ୍ୟ ବଢିଥାଏ।
ଅନ୍ୟପକ୍ଷେ ଗଙ୍ଗଶିଉଳି ଗଛକୁ ବି ଶୁଭ ବୋଲି କୁହାଯାଇଥାଏ। କୁହାଯାଏ, ଯେଉଁ ଘର ଅଗଣାରେ ଏହି ଗଛ ରହିଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ଏହି ଗଛ ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ହେଉଛି ଠିକ୍।
ଏହାଛଡ଼ା ବେଲଗଛ, କଦଳୀ ଗଛ, ମନ୍ଦାର ଗଛ ଏବଂ ଅପରାଜିତା ଗଛକୁ ବି ଘର ଅଗଣାରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।
Powered by Froala Editor