ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବେନି ପୁରୁଣା ମନ୍ତ୍ରୀ
ତିରୁଅନନ୍ତପୁରମ : କେରଳର ଏଲଡିଏଫ ସରକାର ଆସନ୍ତା ୨୦ ତାରିଖରେ ଶପଥ ନେବେ । ଲଗାତାର ଦ୍ୱିତୀୟ ଥର ପାଇଁ ପିନରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ବର୍ତ୍ତମାନର କୌଣସି ମନ୍ତ୍ରୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯିବ ନାହିଁ । ଏପରିକି କରୋନାର ଉତ୍ତମ ପରିଚାଳନା ପାଇଁ ପ୍ରଶଂସାର ପାତ୍ର ପାଲଟିଥିବା କେ କେ ସେଲଜା ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ରହିବେ ନାହିଁ । ଉଲ୍ଲେଖଯୋଗ୍ୟ ସେଲଜା ଜଣେ ଦକ୍ଷ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । କେବଳ କରୋନା ନୁହେଁ ନିପା ଭୂତାଣୁ ସଂକ୍ରମଣକୁ ମଧ୍ୟ ସେ ସଫଳତାର ସହ ପରିଚାଳନା କରିଥିଲେ । ସେଲଜା ତାଙ୍କ ନିର୍ବାଚନ ମଣ୍ଡଳୀ ମାଟାନୁରରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୬୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି । ଯାହାକି ଆଜି ପର୍ଯ୍ୟନ୍ତ କେରଳରେ ସର୍ବାଧିକ ବୋଲି କୁହାଯାଉଛି ।
Powered by Froala Editor