ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅଙ୍କ ମୃତୁ୍ୟ

ଭୁବନେଶ୍ୱର : ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ଚଡକ ପଡ଼ିଛି । ରଘୁନାଥଙ୍କ ବିୟୋଗର ଏଗାର ଦିନ ନଯାଉଣୁ ତାଙ୍କର ପୁଅଙ୍କର ମୃତୁ୍ୟ ଘଟିଛି । ଆଉ ଜଣେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଆଜି ସକାଳ ୭ଟା ୫୧ରେ ରଘୁନାଥଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇଥିଲେବି ସୁସ୍ଥ ହୋଇଯାଇଥିଲେ । ତାଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ସେ ଭୀଷଣ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କର ମୃତୁ୍ୟ ଘଟିଥିବା ନେଇ ସୂଚନା ଦିଆଯାଇଛି । ତାଙ୍କର ଭାଇ ଯଶୋବନ୍ତ ମହାପାତ୍ର ମଧ୍ୟ ଗୁରୁତର ଅବସ୍ଥାରେ ଏମସରେ ଚିକିତ୍ସିତ ହେଉଛନ୍ତି ।
ବାପାଙ୍କ ଭଳି ପ୍ରଶାନ୍ତ ନିହଣ ନଧରି ହାତରେ ବ୍ୟାଟ ଧରିଥିଲେ । ନବେଦଶକରେ ସେ ଥିଲେ ଓଡ଼ିଶାର ଚର୍ଚ୍ଚିତ ଖେଳାଳୀ । ଜଣେ ଓପନର ଭାବେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ । ଓଡ଼ିଶା ଟିମର ସେ କ୍ୟାପଟେନ ଥିଲେ । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସେ ବେଶ ପ୍ରଶଂସା ସାଉଁଟିଥିଲେ । କ୍ରିକେଟରୁ ଅବସର ନେବା ପରେ ସେ ବିସିସିଆଇର ରେଫରୀ ଭାବେ କାର୍ଯ୍ୟ କରୁଥିଲେ ।
Powered by Froala Editor