ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଦଳିଲା ଟିକାକରଣ ସମୟ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏବେ ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ଯାଏ ଲୋକଙ୍କୁ ଦିଆଯିବ ଟିକା । ଏନେଇ ସମସ୍ତ ଜିଲ୍ଲାପାଳ, କମିଶନର ଓ CDMOଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ପ୍ରଦିପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସେହିପରି ଟିକାକରଣ କେନ୍ଦ୍ରରେ ଅପେକ୍ଷା ଗୃହ, ଭ୍ୟାକସିନେସନ କକ୍ଷ ସାଙ୍ଗକୁ ପିଇବା ପଣିଆର ବ୍ୟସ୍ଥା କରିବାକୁ କୁହାଯାଇଛି । ଏହା ସହ ମାସ୍କ ବ୍ୟବହାର, ହାତ ଧୋଇବା ବ୍ୟବସ୍ଥା, ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ କୁହାଯାଇଛି । ଦୈନିକ ଟିକାକରଣର ରିପୋର୍ଟ ସଂଧ୍ୟା ୬ଟା ୩୦ ସୁଦ୍ଧା ଦେବାକୁ ନିର୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଆଜି ଦୈନିକ ସଂକ୍ରମଣ ୫୦୦ ଟପିଛି। ଗତ ୨୪ ଘଣ୍ଟା ରାଜ୍ୟରେ ୨୮ଟି ଜିଲ୍ଲାରୁ ୫୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୩୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୩୬ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୩ ହଜାର ୨୬୮ ବଢ଼ିଛି।
ଉଲ୍ଲେଖନୀୟ ଯେ, ଦେଶରେ ଚଳିତ ମାସ ୧ତାରିଖରୁ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ୪୫ ବର୍ଷ ବୟସରୁ ଊଦ୍ଧ୍ୱର୍ ପ୍ରତ୍ୟେକ ଲୋକଙ୍କୁ କରୋନା ଟିକା ଦିଆଯାଉଛି ।