ପାଗଳ ଷଣ୍ଢ ଆକ୍ରମଣରେ ବୃଦ୍ଧ ମୃତ

ଭୁବନେଶ୍ୱର : ଦୁଇ ଦିନ ହେଲା ପଟିଆରେ ମାତିଛି ବୁଲା ଷଣ୍ଢ । ପାଗଳ ନାଲି ଷଣ୍ଢର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଷଣ୍ଢଟି ବୃଦ୍ଧଙ୍କୁ ପ୍ରଥମେ ଟେକତ ଫୋପାଡି ଦେଇଥିଲା । ଏହାପରେ ବୃଦ୍ଧଙ୍କୁ କେଇ ଘେରା ବୁଲାଇ କାଚି ଦେଇଥିଲା । ପରେ ତାଙ୍କୁ ଗୋଡରେ କୁଦି ପକାଇଥିଲା । ପରେ ସ୍ଥାନୀୟ ଲୋକ ଷଣ୍ଢକୁ ଘଉଡାଇ ବୃଦ୍ଧଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ, ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା ।
ଏହି ନାଲି ଷଣ୍ଡଟି ପଟିଆ ରେଳ ଷ୍ଟେସନ ଅଂଚଳରେ ମଧ୍ୟ ଅତଙ୍କ ଖେଳାଇଛି । ଜଣେ ମହିଳାଙ୍କ ପେଟକୁ ଶିଙ୍ଗରେ ଭୁସି ଦେଇଛି । ଡାକ୍ତରଖାନାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସେହିଭଳି ଜଣେ ଯୁବତୀ ମଧ୍ୟ ଷଣ୍ଢ ଅକ୍ରେମଣରେ ଗୁରୁତର ଆହତ ହୋଇଛନ୍ତି । ଷଣ୍ଡଟି ତାଙ୍କୁ କଚାଡି ଦେବାରୁ ତାଙ୍କର ଗୋଟିଏ କାନ ଛିଡି ଯାଇଛି । ପ୍ରାୟ ୭ଜଣ ଏହି ଷଣ୍ଢ ଆକ୍ରମଣରେ ଆହାତ ହୋଇଥିବାବେଳେ ଆହୁରି କିଛି ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି ।
ଲୋକଙ୍କ କହିବା ଅନୁସାରେ ଏହି ନାଲି ଷଣ୍ଢର ଏକ କଳା ଷଣ୍ଢ ସହ ଲଢେଇ ହୋଇଥିଲା । ପ୍ରାୟ ଘଣ୍ଟାଏ କାଳ ଲଢିବା ପରେ କଳା ଷଣ୍ଢଟି ହାରି ପଳାଇଥିଲା । କିନ୍ତୁ ଏହାପରେ ନାଲି ଷଣ୍ଢଟି ପାଗଳପ୍ରାୟ ହୋଇପଡିଛି । ଯାହାକୁ ଦେଖୁଛି ଗୋଡେଇ ଗୋଡେଇ ଆକ୍ରମଣ କରୁଛି ।
Powered by Froala Editor