ପିସିସି ସଭାପତିଙ୍କ ଉପରକୁ ଟାର୍ଗେଟ ବାଣ ଛାଡ଼ିଲେ ତାରା, କହିଲେ ଏହା

ଭୁବନେଶ୍ୱର: ପଦ୍ମପୁରରେ ନିଜର ଅମାନତ ହରାଇଛି କଂଗ୍ରେସ । ଆଉ ଦଳର ଶୋଚନୀୟ ପରାଜୟ ପରେ ଆଜି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପିସିସି ସଭାପତିଙ୍କ ଉପରକୁ ଟାର୍ଗେଟ ବାଣ ଛାଡ଼ିଛନ୍ତି ।
ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ତାରାପ୍ରସାଦ ବଡ଼ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଫଳାଫଳର ଦିନକ ପୂର୍ବରୁ ଦଳ ହାରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କେମିତି ଜାଣିଲେ । ଆମ ଭୋଟ ବିଜେଡିକୁ ଯାଇଛି । ଲୋକେ କହୁଛନ୍ତି କଂଗ୍ରେସ ଭୋଟ ବିକି ଦେଇଛି । ଦୁଇ ଦୁଇଟା ଉପନିର୍ବାଚନରେ କଂଗ୍ରେସର ଅମାନତ ଗଲାଣି । ଏହା ଏକ ଲଜ୍ଜାଜନକ କଥା । ପିସିସି ସଭାପତି ଏନେଇ ତର୍ଜ୍ଜମା କରିବା ଦରକାର । ନିଜକୁ ପରଖିବା ଦରକାର । ଯଦି ଏମିତି ଭୋଟ ମିଳେ ତେବେ କଂଗ୍ରେସ ଦଳ ଲୋପ ପାଇଯିବ । ପିସିସି ସଭାପତିମାନେ ନିଜ ନିଜ ଗୋଷ୍ଠୀ ତିଆରି କରିଚାଲୁଛନ୍ତି । ପିସିସି ସଭାପତିମାନଙ୍କ ଗୋଷ୍ଠୀ ଯୋଗୁ ଦଳର ଏପରି ଅବସ୍ଥା ହୋଇଛି ।
ସେହିପରି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠି ବିଜେପି ସହ ମାଡ଼ଗୋଳ କରୁଛନ୍ତି କିନ୍ତୁ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି ।
Powered by Froala Editor