ପ୍ରତ୍ୟେକ ଦିନ ମସଲା ସାମଗ୍ରୀରେ ସାମିଲ୍ କରନ୍ତୁ ତେଜପତ୍ର

ଡାଇବେଟିସ୍ ରୋଗୀଙ୍କୁ ଏ ମହାମାରୀ ସମୟରେ ସ୍ୱତନ୍ତ୍ର ଧ୍ୟାନ ରଖିବାର ଅଛି। ତେବେ କିଛିଟା ସାଧାରଣ ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ଜଣେ ମଧୁମେହ ରୋଗୀ ସୁସ୍ଥ ଜୀବନଶୈଳୀ ଅତିବାହିତ କରିପାରିବେ।ଆପଣ ବ୍ୟବହାର କରୁଥିବା ମସଲା ସାମଗ୍ରୀରେ ତେଜପତ୍ରକୁ ସାମିଲ୍ କରନ୍ତୁ। ତେଜପତ୍ରରେ ଭିଟାମିନ୍-ଏ, ଭିଟାମିନ୍-ସି ରହିଥାଏ। ଭିଟାମିନ୍-ଏ ଆମ ଆଖି ଜନିତ ସମସ୍ୟାକୁ ଦୂରକରିଥାଏ। ଏବଂ ଭିଟାମିନ୍-ସି ଆମ ଶରୀରରେ ହ୍ୱାଇଟ୍ ବ୍ଲଡ୍ ସେଲ୍ସକୁ ବଢାଇବାରେ ସାହାଯ୍ୟ କରିଥାଏ।
ହ୍ୱାଇଟ୍ ବ୍ଲଡ୍ ସେଲ୍ସ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ। ତେଣୁ ଏହି କରୋନା ମହାମାରୀ ସମୟରେ ଯେତେବେଳେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଆବଶ୍ୟକ ରହିଛି ସେ ସମୟରେ ଆପଣ ତେଜପତ୍ରକୁ ଖାଦ୍ୟରେ ସାମିଲ୍ କରିପାରିବେ। ଏବଂ ଏକ ସୁସ୍ଥ ଜୀବନଶୈଳୀ ରଖିପାରିବେ।ଏଥିସହ ତେଜପତ୍ର ମଧୁମେହ ରୋଗୀଙ୍କର ବଢୁଥିବା କମୁଥିବା ଇନ୍ସୁଲିନ୍ ସ୍ଥରକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
Powered by Froala Editor