ପଦ୍ମପୁର: ରାଉଣ୍ଡ-୫ ସୁଦ୍ଧା କାହାକୁ କେତେ ଭୋଟ, ଜାଣନ୍ତୁ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୫ ଗଣତି ଶେଷ ହୋଇଛି। ରାଉଣ୍ଡ-୫ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ । ତେବେ ରାଉଣ୍ଡ-୫ ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ପ୍ରଦୀପ ପୁରୋହିତ(ବିଜେପି)- ୪୧୫୭ ମୋଟ-୧୭୮୧୬
ବର୍ଷା ସିଂ ବରିହା(ବିଜେଡି)-୪୩୬୧ ମୋଟ-୨୬୧୯୮
ସତ୍ୟଭୂଷଣ ସାହୁ(କଂଗ୍ରେସ-)୨୨୯ ମୋଟ-୮୪୫
ବିଦ୍ୟାଧର ପାଣ୍ଡଭ-୧୩ ମୋଟ-୬୭
ମୁକ୍ତେଶ୍ୱର ଦାସ-୧୫ ମୋଟ-୪୯
ଉଦିତ ବନ୍ଦିଆ-୨୦ ମୋଟ-୮୭
ଗଙ୍ଗାଧର ସାହା-୧୩ ମୋଟ-୯୬
ଦେବରଚନ ନାୟକ-୨୦ ମୋଟ-୧୧୧
ବୃନ୍ଦାବନ ପରୋହିତ-୨୧ ମୋଟ-୧୧୮
ସହଦେବ ସାହୁ-୪୪ ମୋଟ-୨୭୧
ନୋଟା-୮୬ ମୋଟ-୪୭୩
Powered by Froala Editor