ମାଡ଼ି ଚାଲିଛି ବିଜେଡି, ୮୧୭୮ ଖଣ୍ଡ ଭୋଟରେ ଆଗୁଆ

ଭୁବନେଶ୍ୱର: ମାଡ଼ି ଚାଲିଛି ବିଜେଡି । ଭୋଟ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ବିରୋଧୀଙ୍କୁ ପଛରେ ପକାଇ ଦ୍ରତ ଗତିରେ ଆଗେଇ ଚାଲିଛି ବିଜେଡି । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହ । ପ୍ରଥମ ରାଉଣ୍ଡ ଭୋଟ ଗଣତି ଠାରୁ ହିଁ ବିଜେଡି ଆଗୁଆ ରହିଛି । ମୋଟ ୨୩ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ଏବେ ସୁଦ୍ଧା ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଆଉ ଚତୁର୍ଥ ରାଉଣ୍ଡ ବିଜେଡି ୮୧୭୧ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି । ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ ।
ତେବେ ରାଉଣ୍ଡ-୪ ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ପ୍ରଦୀପ ପୁରୋହିତ(ବିଜେପି)- ୩୫୦୯ ମୋଟ-୧୩୬୫୯
ବର୍ଷା ସିଂ ବରିହା(ବିଜେଡି)-୫୯୨୧ ମୋଟ-୨୧୮୩୭
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୪୨ ମୋଟ-୬୧୬
ବିଦ୍ୟାଧର ପାଣ୍ଡଭ-୧୧ ମୋଟ-୫୪
ମୁକ୍ତେଶ୍ୱର ଦାସ-୯ ମୋଟ-୩୪
ଉଦିତ ବନ୍ଦିଆ-୧୩୧୮ ମୋଟ-୬୭
ଗଙ୍ଗାଧର ସାହା-୨୫ ମୋଟ-୮୩
ଦେବରଚନ ନାୟକ-୨୫ ମୋଟ-୯୧
ବୃନ୍ଦାବନ ପରୋହିତ-୨୫ ମୋଟ-୯୭
ସହଦେବ ସାହୁ-୫୬ ମୋଟ-୨୨୭
ନୋଟା-୧୧୫ ମୋଟ-୩୮୭
Powered by Froala Editor