ହିଜାବ ଲଢ଼େଇ ରୋକିବାକୁ ହୀନ ପ୍ରୟାସ : ୧୨୦୦ ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ଦେଲେ ବିଷ
![ହିଜାବ ଲଢ଼େଇ ରୋକିବାକୁ ହୀନ ପ୍ରୟାସ : ୧୨୦୦ ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ଦେଲେ ବିଷ](https://odishanewslens.com/news_gallery/18090_1670433524.jpg)
ହିଜାବ ବିରୋଧୀ ଲଢ଼େଇରେ ଇରାନ୍ ସରକାରଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀଙ୍କ ମଧ୍ୟରେ ଅଛନ୍ତି ଅଧିକ ଛାତ୍ରଛାତ୍ରୀ। ତେବେ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ହଷ୍ଟେଲ ଖାଦ୍ୟ ଖାଇବା ପରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଏବେ ଏହି ସତ ସାମ୍ନାକୁ ଆସିବା ପରେ ଇରାନରେ ଉତ୍ତେଜନା ଦେଖାଦେଇଛି ।
ଇରାନ୍ ନ୍ୟାସନାଲ ଷ୍ଟୁଡେଣ୍ଟ ଆସୋସିଏସନ୍ ତଥ୍ୟ ଅନୁସାରେ, ପାଖାପାଖି ୧୨୦୦ ଛାତ୍ରଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା । ଏହାଦ୍ୱାରା ସେମାନଙ୍କର ଫୁଡ୍ ପଏଜନିଙ୍ଗ ହେବା ସହ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥିଲା । ଏହି ଘଟଣାକୁ ନେଇ ଛାତ୍ର ସଙ୍ଗଠନଗୁଡିକ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଅନ୍ୟ କିଛି ସରକାରୀ କଲେଜ ଓ ୟୁନିଭର୍ସିଟିିର ଛାତ୍ରଛାତ୍ରୀ ଖାଦ୍ୟ ଖାଇବାକୁ ମନା କରିଦେଇଛନ୍ତି ।
ଇରାନ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନର ଅଭିଯୋଗ ମୁତାବକ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିଜାବ ବିରୋଧୀ ଆନ୍ଦୋଳନରେ ଭାଗ ନେବାକୁ ଯୋଜନା କରୁଥିଲେ। ହେଲେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ରୋକିବାକୁ ହୀନ ପ୍ରୟାସ କରିଛନ୍ତି ସରକାର। ବିକ୍ଷୋଭର ଗୋଟିଏ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
Powered by Froala Editor