ଏମସିଡିରେ ବିଜେପି ରାଜ୍ ଶେଷ, ଆପ୍ର ବାଜିମାତ୍
ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍) ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ଏହା ସହିତ ଗତ ୧୫ ବର୍ଷ ଧରି ଏମସିଡିରେ ଚାଲିଥିବା ବିଜେପି ରାଜ୍ ଶେଷ ହୋଇଛି ।
ଏମସିଡିରେ ମୋଟ ୨୫୦ଟି ଆସନ ଥିବାବେଳେ ସଂଖ୍ୟାଗରିଷ୍ଠତା ପାଇଁ ୧୨୬ଟି ଆସନ ଦରକାର । ବର୍ତ୍ତମାନ ବି ଗଣତି ଚାଲିଥିବାବେଳେ ଆପ୍ ଏପର୍ଯ୍ୟନ୍ତ ୧୩୪ଟି ଆସନରେ ବିଜୟ ହାସଲ କରିସାରିଲାଣି । ଏଣୁ ଆପ୍ ଏମସିଡି ହାତେଇବା ସ୍ପଷ୍ଟ ହୋଇଯାଇଛି । ଦଳ ୨୦୧୭ ନିର୍ବାଚନ ତୁଳନାରେ ୯୦ଟି ଅଧିକ ଆସନ ପାଇଛି ।
ଏମସିଡିକୁ ୪ର୍ଥ ଥର ପାଇଁ ଦଖଲ କରିବା ଉଦ୍ଦେଶ୍ୟରେ ବିଜେପି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବି ବ୍ୟବହାର କରିଥିଲା। ଶତାଧିକ ସାଂସଦ ଓ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରିଥିଲେ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିକୁ ମଧ୍ୟ ଦଳ ପ୍ରସଙ୍ଗ କରି ଆପ୍ ବିରୋଧରେ ପ୍ରଚାର କରିଥିଲା। ହେଲେ ଦିଲ୍ଲୀବାସୀ ବିଜେପିକୁ ଆଉ ଥରେ ଶାସନ କରିବାକୁ କୌଣସି ସୁଯୋଗ ଦେଇ ନାହାନ୍ତି। ଏମସିଡି ନିର୍ବାଚନରେ ବିଜେପି ପରାସ୍ତ ହୋଇଛି।
Powered by Froala Editor