ଏଣିକି ବିବାହ ପୂର୍ବରୁ ସେକ୍ସ କରିପାରିବେନି ଯୁବକ-ଯୁବତୀ
ଜାକର୍ତ୍ତା: ଏଣିକି ବିବାହ ପୂର୍ବରୁ କେହି ବି ସେକ୍ସ କରିପାରିବେ ନାହିଁ। ବାହାଘର ପୂର୍ବରୁ ଯୁବକ-ଯୁବତୀ ଲିଭ ଇନ୍ରେ ମଧ୍ୟ ରହିପାରିବେ ନାହିଁ। ଯଦି କେହି ଏପରି କରନ୍ତି ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ସେମାନଙ୍କୁ ବର୍ଷକ ଯାଏ ଜେଲ ଦଣ୍ଡ ମିଳିପାରେ। ଏଭଳି ଏକ ବିବାଦୀୟ ବିଲ୍ ଇଣ୍ଡୋନେସିଆ ସଂସଦରେ ପାରିତ ହୋଇଛି।
ଆଜି ପାରିତ ହୋଇଥିବାର ବିଲ୍ ଆଇନରେ ପରିଣତ ହେବା ପରେ ଏହାକୁ ଉଭୟ ଇଣ୍ଡୋନେସିଆବାସୀ ଓ ଦେଶକୁ ବୁଲିବାକୁ ଆସୁଥିବା ବିଦେଶୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହାବାଦ ଇଣ୍ଡୋନେସିଆ ସଂସଦ ରାଷ୍ଟ୍ରପତି, ଦେଶର ସାମ୍ବିଧାନିକ ସଂସ୍ଥା ଓ ଦେଶର ଜାତୀୟ ଚିନ୍ତାଧାରା ଯାହା ପଞ୍ଚଶୀଳ ନାଁରେ ପରିଚତ, ତା’କୁ ମଧ୍ୟ କେହି ଅପମାନିତ କରିପାରିବେ ନାହିଁ। ଏହା ବିରୋଧରେ ମୁହଁ ଖୋଳିବା କିମ୍ବା ଏହାକୁ ଅପମାନିତ କରିବା ଇଣ୍ଡୋନେସିଆରେ ସଂପୂର୍ଣ୍ଣ ବ୍ୟାନ। ଏଥିପାଇଁ ମଧ୍ୟ ଗୋଟିଏ ବିଲ୍ ପାରିତ ହୋଇଛି।
ନୂଆ କ୍ରମିନାଲ କୋଡ୍କୁ ସର୍ବସମ୍ମତିକ୍ରମେ ସଂସଦରେ ପାରିତ କରାଯାଇଛି। ଏଥିସହ ୧୯୪୬ ମସିହାରେ ସ୍ୱାଧୀନ ହୋଇଥିବା ଇଣ୍ଡୋନେସିଆର ପ୍ରଥମଥର ପାଇଁ ସମ୍ବିଧାନରେ ପରିବର୍ତ୍ତନ କରାଯାଇଛି। ତେବେ ଏହି କ୍ରିମିନାଲ କୋଡର ନିୟମ ପ୍ରସ୍ତୁତ କରିବାକୁ ବେଶ ସମୟ ଲାଗିବ। ତେଣୁ ୩ ବର୍ଷ ଯାଏ ଏହା ଲାଗୁ ହୋଇ ନପାରେ।
ଇଣ୍ଡୋନେସିଆରେ ପୂର୍ବରୁ ପରକୀୟା ପ୍ରୀତିକୁ ବ୍ୟାନ କରାଯାଇଛି। ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିବା ବେଳେ ଏବେ ବାହାଘର ପୂର୍ବରୁ ସେକ୍ସ ମଧ୍ୟ ବ୍ୟାନ ହେବାକୁ ଯାଉଛି।
Powered by Froala Editor