ଏମିତି ଜନ୍ମଦିନ ପାଳୁଛନ୍ତି କି, ହୋଇପାରେ ହାନିକାରକ

ସମୟ ସହ ତାଳ ଦେଇ ବଦଳିଚାଲିଛି ଆମର ରୀତିନୀତି , ଚଳଣି । ଦେଖାଯାଇଛି ଏବେ ଖୁବ୍ ଧୁମଧାମରେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରୁଛନ୍ତି । ବନ୍ଧୁ ବାନ୍ଧବ ଓ ସଂପର୍କୀୟଙ୍କ ଗହଣରେ ଉସôବମୁଖର ଓ ରଙ୍ଗୀନ ହୋଇଉଠୁଛି ଜନ୍ମଦିନର ମାହୋଲ ।
ଜନ୍ମଦିନରେ ମହମବତୀ ଜଳାଇ କେକ୍ କାଟିବା ଏବେ ଟ୍ରେଣ୍ଡ ପାଲଟିଯାଇଛି । ଏହା ପ୍ରଥମେ ପଶ୍ଚିମ ଦେଶ ମାନଙ୍କରେ ଦେଖାଯାଉଥିଲା । କେକ୍ ଉପରେ ଜଳନ୍ତା ମହମବତୀକୁ ଫୁଙ୍କି ଲିଭାଯାଇଥାଏ । ଧିରେ ଧିରେ ଏମିତି ଭାବେ ଜନ୍ମଦିନ ପାଳିବାକୁ ସମସ୍ତେ ଆପଣେଇ ନେଲେ ।
ଏବେ ଏଭଳି ଭାବେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳୁଛନ୍ତି । କିନ୍ତୁ ଆପଣ ଜାଣିନାହାନ୍ତି ଏହା ହାନିକାରକ ବି ହୋଇପାରେ । ଏହା ଆମେ କହୁନୁ । ନିକଟରେ ଏକ ରିସର୍ଚ୍ଚରେ ଏହି ସତ୍ୟତା ମିଳିଛି । ରିସର୍ଚ୍ଚ ମୁତାବକ କେକ୍ ରେ ଲାଗିଥିବା ମହମବତୀକୁ ଫୁଙ୍କିବା ଦ୍ୱାରା ବ୍ୟାକ୍ଟେରିଆ କେକ୍ରେ ଯାଇ ମିଶନ୍ତି । କ୍ଲମସନ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରେ ଏହି କଥାର ପ୍ରମାଣିତ ହୋଇଛି । ଲୋକେ ଯେତେବେଳେ ମହମବତୀକୁ ଫୁଙ୍କି ଲିଭାନ୍ତି ଏହି ଜରିଆରେ ବ୍ୟାକ୍ଟେରିଆ କେକ୍ ରେ ଯାଇ ମିଶିଯାନ୍ତି । କେକ୍ କାଟି ଖାଇବା ବେଳେ ଏହି ବ୍ୟାକ୍ଟେରିଆ ଆମ ପେଟକୁ ଯାଇ ଅନେକ ରୋଗର ବାହକ ସାଜନ୍ତି ।
ପେଟ ସମ୍ବନ୍ଧିୟ ଅନେକ ରୋଗ ହୋଇଥାଏ । ଗବେଷକଙ୍କ ମୁତାବକ୍ ମଣିଷର ଶ୍ୱାସରେ ଥିବା ବାୟୋଏରୋସଲ୍ ବ୍ୟାକ୍ଟେରିଆର ଉସô ଅଟେ । ଯେତେବେଳେ ଆମେ ମହମବତୀକୁ ଫୁଙ୍କିଥାଉ । ଏହି ବ୍ୟାକ୍ଟେରିଆ କେକ୍ ସାରା ବ୍ୟାପିଯାଏ । ମଣିଷର ପାଟିରେ ଅନେକ ବ୍ୟାକ୍ଟେରିଆ ରହିଛି । କିନ୍ତୁ ସବୁ ବ୍ୟାକ୍ଟେରିଆ ହାନିକାରକ ନୁହେଁ । କିନ୍ତୁ କେହି ଅସୁସ୍ଥ ବ୍ୟକ୍ତି ଯଦି ବାର୍ଥଡେ କେକ୍ କୁ ଫୁଙ୍କୁ ଥାଏ ତ ଏହାକୁ ଖାଇବାରୁ ନିବୃତ୍ତ ରୁହନ୍ତୁ । ନୁହେଁତ ଆପଣ ଅସୁବିଧାରେ ପଡିପାରନ୍ତି ।
Powered by Froala Editor