ମମ୍ମିରୁ ବାହାରିଲା ୨୫ଶହ ବର୍ଷ ତଳର ସୁନା ଜିଭ
ଇଜିପ୍ଟର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ବେଳେ ୨୫ଶହ ବର୍ଷ ତଳର ସୁନାର ଜିଭ ଠାବ ହୋଇଛି। ମମ୍ମି ଭିତରେ ଥିବା ମୃତଦେହ ନଷ୍ଟ ହୋଇଯାଇଥିବା ବେଳେ ସୁନାର ଜିଭଗୁଡିକ ସୁରକ୍ଷିତ ରହିଛି। ଏହି ପ୍ରକାରର ମମ୍ମି ମିଶରର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ସୁନାର ଜିଭ ଥିବା କେତୋଟି ମମ୍ମି ମିଳିଛି ତାହା ଜଣା ପଡିନାହିଁ। ମମ୍ମିଗୁଡିକ କେଉଁ ମୃତକଙ୍କ ସେ ନେଇ ମଧ୍ୟ ସୂଚନା ମିଳିନାହିଁ।
ଏହି ଜିଭଗୁଡିକ ଖ୍ରୀଷ୍ଟପୂର୍ବ ୩୦୦ରୁ ୬୪୦ ପୂର୍ବରୁ ବୋଲି ପ୍ରମାଣ ମିଳୁଛି। ଇଜିପ୍ଟର ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ ଫେସବୁକ୍ ପୋଷ୍ଟରେ ସ୍ପଷ୍ଟ କରିଛି ଯେ ଗ୍ରୀକ୍-ରୋମାନ୍ ସମୟରେ ସୁନା ଜିଭ ଥିବା ମମ୍ମିଗୁଡିକ ଲୋକପ୍ରିୟ ଥିଲା।
ଇଜିପ୍ଟରେ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ମମି ଭିତରେ ରଖାଯାଇ ରାସାୟନିକ ପ୍ରଲେପ ଦିଆଯାଇଥାଏ। ସୁନା ଜିଭ ଏବଂ ସୁନା ଆଖି ମୃତ ବ୍ୟକ୍ତିଙ୍କୁ ପରବର୍ତ୍ତୀ ଜୀବନରେ କଥା ହେବା, ଦେଖିବା ଏବଂ ସ୍ୱାଦ ଦେବା ପାଇଁ ଅନୁମତି ଦେବ ବୋଲି ଗ୍ରୀକ୍-ରୋମାନ୍ ସମୟରେ ପ୍ରାଚୀନ ଇଜିପ୍ଟୀୟମାନେ ବିଶ୍ୱାସ କରୁଥିଲେ । ଏନେଇ ଇଜିପ୍ଟ ସରକାରଙ୍କ ପକ୍ଷରୁ ଅଧିକ ଗବେଷଣା ଚାଲିଛି।
Powered by Froala Editor