ନୂଆ ସଂସାର ବସାଇଲେ ଦୁଇ ମହିଳା ମାଓବାଦୀ

କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। ମାଓବାଦୀ ଦ୍ୱୟ ହେଲେ ନନ୍ଦିନୀ ଓ କରୁଣା। ନନ୍ଦିନୀ ଦାରିଙ୍ଗବାଡ଼ିର ବିନୋଦଙ୍କୁ ଏବଂ କରୁଣା ଜି.ଉଦୟଗିରି ଅଞ୍ଚଳର ସ୍ବପ୍ନେଶ୍ୱରଙ୍କୁ ବିବାହ କରିଛନ୍ତି।
ନନ୍ଦିନୀର ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁଡ୍ରି ଗ୍ରାମରେ। ସେ ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ ୨୦୧୯ ମସିହାରେ କନ୍ଧମାଳ ଏସ. ପି ଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିଲେ। ସେହିଭଳି କରୁଣାଙ୍କ ଘର ଛତିଶଗଡ ରାଜ୍ୟ କଂକେର ଜିଲ୍ଲା ଗୁମୁଡି ଗ୍ରାମରେ। ସେ ୨୦୦୮ମସିହାରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ୨୦୨୧ ମସିହାରେ ପୁଲିସ DGଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ। ଆତ୍ମ ସମର୍ପଣ କରିବା ପର ଠାରୁ ଉଭୟ କନ୍ଧମାଳ ଜିଲ୍ଲା ପୁଲିସ ହେପାଜତରେ ରହିଥିଲେ। ଆଜି ଉଭୟଙ୍କ ବାହାଘର ହେଉଛି।
ପୋଲିସ ପକ୍ଷରୁ ସମସ୍ତଙ୍କୁ ପାଛୋଟି ନିଆଯାଇଥିଲା। ଏହା ପରେ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ମାଓବାଦୀ କ୍ୟାମ୍ପ ଛାଡ଼ି ନୂଆ ଜୀବନ ଗଢ଼ୁଥିବାରୁ ଉଭୟ କରୁଣା ଏବଂ ନନ୍ଦିନୀ ଖୁସି ଅଛନ୍ତି।
Powered by Froala Editor