ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଝରଣା ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଗଂତ ଓଡ଼ିିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ। କଟକ ଗୋରାକବର ସ୍ଥିତ ଏକ ଚର୍ଚ୍ଚରେ ଝରଣାଙ୍କ ଅନ୍ତିମ ସତ୍କାର କରାଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରବାକୁ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୁରୁବାର ବିଳମ୍ବିତ ରାତିରେ କଟକ ଚଣ୍ଡିରୋଡ୍ ସ୍ଥିତ ଖ୍ରିଷ୍ଟିଆନ୍ ସାହି ବାସଭବନରେ ଆଖି ବୁଜିଥିଲେ ଝରଣା ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଝରଣା ଦାସଙ୍କ ଅଭିନୟ ପ୍ରତିଭା ପିଲାଟି ଦିନରୁ ପ୍ରଚଣ୍ଡ ଭାବେ ଫୁଟି ଉଠିଥିଲା।
Powered by Froala Editor