ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସରଳ ଉପାୟ ଜାଣନ୍ତୁ....
ଆଜି କାଲିର ଜୀବନଶୈଳୀ ଯୋଗୁଁ ଲୋକ ଭୁଲିଯାଇଛନ୍ତି ବଞ୍ଚିବା । ସୁସ୍ଥ ଓ ନିରାମୟ ଜୀବନ-ଜାପନ ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ଦୃଢ଼ ରହିବା ଦରକାର । ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଏକ ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି । ତାହା ହେଲା ସୁନିଦ୍ରା ।
ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୬-୭ ଘଣ୍ଟା ଭଲ ଭାବରେ ଶୁଅନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କେତେକାଂଶରେ ବୃଦ୍ଧି ପାଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ୟୁନିଭର୍ସିଟି ଅଫ୍ ବର୍ଲିନର ବିଶେଷଜ୍ଞମାନେ ଏ ନେଇ ଗବେଷଣା କରି ଏ କଥା ଜାଣିପାରିଛନ୍ତି । ଜଣେ ବ୍ୟକ୍ତି ଆବଶ୍ୟକ ମୁତାବକ ଶୋଇବା ଦ୍ୱାରା ତାଙ୍କ ଶରୀର ଭିତରେ ବିଭିନ୍ନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ । ଫଳରେ ଜଣେ ବ୍ୟକ୍ତି କେତେକାଂଶରେ ନିଜକୁ ସୁସ୍ଥ ରଖିଥାନ୍ତି । କେବଳ ସେତିକି ନୁହେଁ, ଏହାସହ ନିଜର ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି ।
Powered by Froala Editor