ଏଏସଓ ପରୀକ୍ଷା ନେଇ ହାଇକୋର୍ଟଙ୍କ ଏହି ରାୟ, ଜାଣନ୍ତୁ କ’ଣ
ଭୁବନେଶ୍ୱର: ଏଏସଓ ପରୀକ୍ଷାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ପରୀକ୍ଷାକୁ ନେଇ ଗତ କିଛି ଦିନ ହେଲା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାବେଳେ ଆଜି ହାଇକୋର୍ଟ ଏକ ବଡ଼ ନିଦେ୍ର୍ଧଶ ଦେଇଛନ୍ତି ।
ତାହା ହେଲା ମାନ୍ୟବର ହାଇକୋର୍ଟ ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ ଲଗାଇଛନ୍ତି । ଓଡ଼ିଆ ସ୍ପଟ ନୁ୍ୟଜ ତେବେ କମ୍ପୁ୍ୟଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ କମ୍ପୁ୍ୟଟର ପ୍ରୋଫିସିଏନସି ଟେଷ୍ଟ କଲେ ବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ଓପିଏସସି ଫଳ ପ୍ରକାଶ କରିପାରିବନାହିଁ ବୋଲି ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରକାଶ ଯେ ଏଏସଓ ପରୀକ୍ଷାରେ ଅନିୟମିତା ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ତେବେ ଏଏସଓ ପରୀକ୍ଷାରେ ଅନିୟମିତତା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୋକ୍ତି ରଖି ଥିଲେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏଏସଓ ପରୀକ୍ଷା ସ୍ୱଚ୍ଛ ଭାବେ ହୋଇଛି । ବ୍ୟାପକ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେକରିଥିଲେ ସତ୍ୟଜିତ ମହାନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୬ ନିୟମ ଅନୁସାରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଲିଷ୍ଟ ଓ ଆନସର କି’ କରାଯିବ ଅପଲୋଡ । ଓଡ଼ିଆ ସ୍ପଟ ନୁ୍ୟଜଏପରିକି ଏଏସଓ ପରୀକ୍ଷାକୁ ନେଇ ଯାହା ବି ଅଭିଯୋଗ ରହିଛି ତାହ ଉପରେ ପଦକ୍ଷେପ ନେବୁ ବୋଲି ସତ୍ୟଜିତ୍ କହିଛନ୍ତିଥିଲେ । ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଦେଖି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ସତ୍ୟଜିତ ।
Powered by Froala Editor