ଫାଇନାନ୍ସ କମ୍ପାନୀର ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍, ୨ ଅଭିଯୁକ୍ତ ଗିରଫ
ଉଦଳା: ଏକ ଫାଇନାନ୍ସକୁ ୫୫ ଲକ୍ଷର ଚୁନ ଲଗାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଂଚଳରେ ଥିବା ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ଏପରି ଘଟଣା ଘଟିଛି। ଗିରଫ ୨ କର୍ମଚାରୀ ହେଲେ ଫାଇନାନ୍ସ କମ୍ପାନୀର ଶାଖା ମୁଖ୍ୟ ଦିପ୍ତୀରଞ୍ଜନ ମହାପାତ୍ର ଏବଂ ଅତିରିକ୍ତ ଶାଖା ମୁଖ୍ୟ ରାମକୃଷ୍ଣ ବାରିକ । ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀର ପ୍ରାୟ ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ସପ୍ତାହେ ପୂର୍ବେ ଜଣାପଡ଼ିଥିଲା।
କମ୍ପାନୀର କ୍ୟାସରୁ ୨୪ ଲକ୍ଷ ଟଙ୍କା ସମେତ ପ୍ରାୟ ୮୬୦ ଗ୍ରାମର ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୯ ଲକ୍ଷ ଟଙ୍କା ହେବ ଲୁଟ୍ ହୋଇଥିବା ଜଣାପଡ଼ିଥିଲା। ଗତ କିଛି ଦିନ କମ୍ପାନୀର କ୍ଷତି ହେଉଥିବାରୁ ଏହାର କାରଣ ଜାଣିବାକୁ ଧରପଗଡ଼ ହୋଇଥିଲା। ଫଳରେ ଏହି ସତ ପଦାକୁ ଆସିଥିଲା।
ଏନେଇ କମ୍ପାନୀର ରିଜିଅନାଲ ମ୍ୟାନେଜର ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଦୁଇ ଲୁଟେରା କର୍ମଚାରୀଙ୍କୁ ଗିରଫ କରିଛି । ତେବେ ସେମାନେ ହରିଲୁଟ କରିଥିବା ଟଙ୍କା ମାତ୍ର ଏକ ସପ୍ତାହ ମଧ୍ୟରେ ଲୁଟ କରିଥିବା କହିଛନ୍ତି ରିଜିଅନାଲ ମ୍ୟାନେଜର । ତେବେ ଏତେ ଟଙ୍କା ଏହି ଦୁଇ କର୍ମଚାରୀ କେଉଁଠି ଲୁଚାଇ ରଖିଛନ୍ତି ତାହାର ଖୋଳତାଡ଼ କରୁଛି ପୁଲିସ ।
Powered by Froala Editor