ଶୁଣିଛନ୍ତି କେବେ ବ୍ଲାକ୍ ହୋଲ୍ର ଭୟଙ୍କର ଶବ୍ଦ
ନାସା ଏକ ଭିଡିଓ ସେୟାର କରିଛି, ଯେଉଁଠାରେ ଆପଣ ବ୍ଳାକ୍ ହୋଲ୍ର ଶବ୍ଦ ଶୁଣିପାରିବେ। ବାସ୍ତବରେ ଏଗୁଡ଼ିକ ହେଉଛି ବ୍ଳାକ ହୋଲ ଉପରେ କିରଣ ପଡ଼ିବା ପରେ ପତ୍ୟାବର୍ତ୍ତନ ବେଳର ଶବ୍ଦ। ଭି-୪୦୪ ସାଇଜିନି ନାମକ ଏକ ସିଷ୍ଟମରୁ ପୃଥିବୀରୁ ପ୍ରାୟ୭,୮୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଏକ ବ୍ଲାକ୍ ହୋଲରୁ ସୃଷ୍ଟି ହେଉଥିବା ଏହି ଶବ୍ଦର ଏକ ଭିଡିଓ ନାସା ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭି-୪୦୪ ସାଇଜିନି ର ସୋନିଫିକେଶନ ଏକ୍ସ-ରେ ତଥ୍ୟକୁ ଶବ୍ଦରେ ଅନୁବାଦ କରିଥାଏ। ନାସା ଅନୁସନ୍ଧାନକାରୀମାନେ ଏକ ନୂତନ ସୋନିଫିକେଶନ ବ୍ୟବହାର କରି ବ୍ଲାକ୍ ହୋଲର ଶବ୍ଦକୁ ରେକର୍ଡିଂ କରିଛନ୍ତି।
ତେବେ ଏହି ଧ୍ୱନିଗୁଡିକ କିପରି ରେକର୍ଡ ହୋଇଛି, ତାହା ଜାଣିବା ପୂର୍ବରୁ, ଆସନ୍ତୁ ଜାଣିବା ଏହି ସବୁ ବ୍ଳାକ ହୋଲ୍ କ’ଣ? ମହାକାଶରେ ବ୍ଳାକ୍ ହୋଲ ହେଉଛି ଏମିତି ଏକ ସ୍ଥାନ ଯେଉଁଠାରେ, ମାଧ୍ୟାକର୍ଷଣ ଏତେ ଟାଣିଥାଏ ଯେ ଆଲୋକ ମଧ୍ୟ ବାହାରକୁ ଆସିପାରେ ନାହିଁ। ମାଧ୍ୟାକର୍ଷଣ ଏତେ ଶକ୍ତିଶାଳୀ ଯେ କୌଣସି ଜିନିଷ ବ୍ଳାକ ହୋଲ୍ ଆଡକୁ ଟାଣି ହୋଇଯିବ। ବାସ୍ତବରେ ଏଠାରୁ କୌଣସି ବି ଆଲୋକ ବା ରଶ୍ମୀ ବାହାରକୁ ବାହାରିପାରିବ ନାହିଁ କି କେହିବି ଏହାକୁ ଦେଖିପାରିବେ ନାହିଁ। ଏହା ଅଦୃଶ୍ୟ ଅଟେ। ବୈଜ୍ଞାନିକମାନେ ଟେଲିସ୍କୋପରେ ମଧ୍ୟ ସିଧାସଳଖ ବ୍ଳାକ୍ ହୋଲ୍ ଦେଖିପାରିବେ ନାହିଁ। ସେମାନେ ଏକ୍ସ-ରେ, ଆଲୋକ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ଚୁମ୍ବକୀୟ ବିକିରଣର ଚିହ୍ନଟ କରୁଛନ୍ତି।
Powered by Froala Editor