ଦେଶରେ ୨ହଜାର ୭୧୦ଜଣ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଜଣେ ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାବତ ୨ହଜାର ୭୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । କେରଳରେ ସର୍ବାଧିକ ୧୧୪୭ ଆକ୍ରାନ୍ତ, ମହାରାଷ୍ଟ୍ରରେ ୬୮୧ଜଣ ଏବଂ ଦିଲ୍ଲୀରେ ୨୯୪ଜଣ ପଜିଟିଜ ଚିହ୍ନଟ ହୋଇଛନ୍ତି । ଏହାସହିତ ଦିଲ୍ଲୀରେ ଆଜି ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୬୦ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ୮୪ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାଡଖଣ୍ଡରେ ଆଜି ଦୁଇଟି ନୂତନ ମାମଲା ଚିହ୍ନଟ ହୋଇଛି ।
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ହସ୍ପିଟାଲଗୁଡିକୁ ଶର୍ଯ୍ୟା, ଔଷଧ ଏବଂ ଚିକିତ୍ସା ପାଇଁ ଉପକରଣ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।
Powered by Froala Editor