ରାଜ୍ୟରେ କରୋନା ନେଲା ୨୨ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୨୨ ଜଣଙ୍କର ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୩୫୭ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବଲାଙ୍ଗୀରରେ ୧, ବୌଦ୍ଧରେ ୩, ଗଜପତିରେ ୨, କଳାହାଣ୍ଡିରେ ୩, ଖୋର୍ଦ୍ଧାରେ ୩, କୋରାପୁଟରେ ୨, ନୂଆପଡ଼ାରେ ୩, ରାୟଗଡାରେ ୨ ଓ ସୁନ୍ଦରଗଡରେ ୩ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ରାଜ୍ୟରେ ଆଉ ୧୦୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୫୭୭୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୫୪୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ରେ ପହଁଚିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୪୭୧, ବାଲେଶ୍ୱରରେ ୨୬୯, ବରଗଡ଼ରେ ୩୨୦, ଭଦ୍ରକରେ ୩୫୦, ବଲାଙ୍ଗୀରରେ ୨୯୧, ବୌଦ୍ଧରେ ୨୫୦, କଟକରେ ୭୩୧, ଦେବଗଡ଼ରେ ୧୧୪, ଢେଙ୍କାନାଳରେ ୭୭, ଗଜପତିରେ ୫୬, ଗଞ୍ଜାମରେ ୨୦୩, ଜଗତସିଂହପୁରରେ ୧୫୯, ଯାଜପୁରରେ ୩୩୦, ଝାରସୁଗୁଡ଼ାରେ ୩୧୨, କଳାହାଣ୍ଡିରେ ୫୯୯, କନ୍ଧମାଳରେ ୫୪, କେନ୍ଦ୍ରାପଡ଼ାରେ ୧୬୨, କେନ୍ଦୁଝରରେ ୨୦୪, କୋରାପୁଟରେ ୩୩୮, ମାଲକାନାଗିରିରେ ୭୭, ମୟୂରଭଞ୍ଜରେ ୪୫୮, ନବରଙ୍ଗପୁରରେ ୩୩୪, ନୟାଗଡ଼ରେ ୨୭୩, ନୂଆପଡ଼ାରେ ୧୪୫, ପୁରୀରେ ୪୭୨, ରାୟଗଡାରେ ୧୬୩, ସମ୍ବଲପୁରରେ ୪୦୫, ସୋନପୁରରେ ୭୩, ସୁନ୍ଦରଗଡ଼ରେ ୮୧୯ ଓ ରାଜ୍ୟ ପୁଲରେ ୨୪୬ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor