ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ସଦସ୍ୟ
ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟରେ ଗୃହରେ ଚାଷୀ ପ୍ରସଙ୍ଗ ଆଲୋଚନା କରାଇଦେଲେନି ବିରୋଧୀ। ଏହାର ବିରୋଧ ସହିତ କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତି ବିରୋଧରେ ବିଜେଡି ବିଧାୟକମାନେ ପ୍ରତିବାଦ କରିଛନ୍ତି।
ବିଧାନସଭା ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସଦସ୍ୟମାନେ ଧାରଣା ଦେବା ସହିତ ବିଜେପିର କୁମ୍ଭୀର କାନ୍ଦଣାକୁ ନିନ୍ଦା କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରିଛନ୍ତି ବିଜେଡି ସଦସ୍ୟ। ଓଡ଼ିଶା ଚାଷୀଙ୍କ ବୀମା ଟଙ୍କା ହଡ଼ପର ଜୋରଦାର ପ୍ରତିବାଦ କରାଯାଇଛି।
ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ ହୋଇଛି । ପ୍ରଥମେ ହଟ୍ଟଗୋଳ ପରେ ୧୧ଟା ୩୦ ପରେ ଗୃହକାର୍ୟ୍ୟ ପୁଣି ଆରମ୍ଭ ହେବା ପରେ ଗୃହରେ ଅନୁରୂପ ପରିସ୍ଥିତି ଜାରି ରହିଥିବାରୁ ପୁନଃ ମୁଲତିବ ହୋଇଛି । ଗୃହର ମଧ୍ୟଭାଗକୁ ଆସି ଉଭୟ ବିରୋଧୀ ଓ ଶାସକ ଦଳଙ୍କ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ ବିଧାନସଭାରେ ଶୀତକାଳୀନ ଅଧିବେଶନର ଆଜି ୨ୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିନଥିଲା ଗୃହ । ଚାଷୀ ସମସ୍ୟା ନେଇ ବିଧାନସଭାରେ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ସହ ହୋହଲ୍ଲା ହୋଇଥିଲା । ଫସଲ ବୀମା ଯୋଜନା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏମ୍ଏସ୍ପି ବୃଦ୍ଧି ଦାବିରେ ଶାସକ ଦଳ ମଧ୍ୟ ହୋହଲ୍ଲା କରିଛନ୍ତି । ଫଳରେ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ।
Powered by Froala Editor