ସିଆରପିଏଫଙ୍କ ଗୁଳିମାଡ଼ରେ ୩ ମୃତ, ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରି ଆସୁଥିଲେ ମୃତକ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁରରେ ସିଆରପିଏଫ୍ ଙ୍କ ଗୁଳିମାଡ଼ରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି । ସୋମବାର ଛତିଶଗଡର ସୁକମାର ସିଲଗର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ମୃତ୍ୟୁ ବରଣ କରିଥିବା ୩ ଜଣ ମାଓବାଦୀ ଙ୍କ ମିଲିସିଆ ସଦସ୍ୟ ବୋଲି ବସ୍ତର ଆଇଜି ପି, ସୁନ୍ଦର ରାଜ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, କିଛି ଦିନ ହେବ ସିଲଗର ଅଂଚଳର ଗ୍ରାମବାସୀମାନେ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରି ଆସୁଥିଲେ । ତେବେ ଆଜି ସେମାନେ କ୍ୟାମ୍ପ କୁ ଧସେଇ ପଶିବାକୁ ଚେଷ୍ଟା କରିଥିବା ବେଳେ ସୁରକ୍ଷା କର୍ମୀ ମାନେ ଗୁଳିମାଡ କରିଥିଲେ । ଯାହା ଫଳରେ ୩ ଜଣ ଗ୍ରାମବାସୀଙ୍କୁ ଗୁଳି ବାଜିଛି ଏବଂ ସେମାନଙ୍କ ମୃତ୍ୟୁ ହୋଇ ଯାଇଛି ।
ଏହି ଅଞ୍ଚଳଟି ନକ୍ସଲମାନଙ୍କ ଗଡ ହୋଇଥିବାବେଳେ ଯଦି ଏହି ଅଞ୍ଚଳରେ ପୁଲିସ କ୍ୟାମ୍ପ ଖୋଲାଯାଏ, ତେବେ ନକ୍ସଲମାନେ ଦାନ୍ତେୱାଡା ବିଜାପୁର-ସୁକମା ଜଙ୍ଗଲକୁ ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ଏହି କାରଣରୁ, ନକ୍ସଲମାନେ ନିରୀହ ଆଦିବାସୀମାନଙ୍କୁ ଉସୁକାଇ ପୁଲିସ କ୍ୟାମ୍ପ ନ କରାଇଦେବାକୁ ପ୍ରଦର୍ଶନ ଚଳାଇଥିଲେ । ତେବେ ପ୍ରଦର୍ଶନ ମଧ୍ୟରେ କିଛି ନକ୍ସଲ ପୁଲିସ ଉପରକୁ ଗୁଳି ଚଳାଇଥିଲେ ।
Powered by Froala Editor