ଡ୍ରଗ୍ସ ଛାଡ଼ୁନଥିଲା ସ୍ତ୍ରୀ, ଖଣ୍ଡ ଖଣ୍ଡ କାଟିିଦେଲା ସ୍ୱାମୀ

ଶ୍ରଦ୍ଧା ୱାଲକର ହତ୍ୟା ଘଟଣାକୁ କିଏ ଭୁଲିଛି । କିଛି ଦିନ ତଳେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ୩୫ ଖଣ୍ଡ କରି ଫିଙ୍ଗି ଦେଇଥିବା କଥା ସାମନାକୁ ଆସିଥିଲା । ଶ୍ରଦ୍ଧାଙ୍କ ବୟଫ୍ରେଣ୍ଡକୁ ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛି । ଇତିମଧ୍ୟରେ ପୁଣି ସେହିଭଳି ଏକ ଘଟଣା ଉତ୍ତରପ୍ରଦେଶ ସୀତାପୁରରୁ ଆସିଛି । ଏଠି ସ୍ୱାମୀ ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରିଦେଇଥିବା ଜଣାପଡିଛି । ପଙ୍କଜ ମୟୂର ନାମକ ଜଣେ ବ୍ୟକ୍ତି ତା’ ପତ୍ନୀ ଜ୍ୟୋତି ଓରଫ ସ୍ନେହାଙ୍କୁ ହତ୍ୟା କରିଛି।
ନଭେମ୍ବର ୮ରେ ସୀତାପୁର ପୁଲିସ୍ ପ୍ରଥମେ ଜ୍ୟୋତିଙ୍କ ଖଣ୍ଡବିଖଣ୍ଡ ମୃତଦେହର ଅଂଶବିଶେଷ ଠାବ କରିଥିଲା। ଗୁଲାରିହା ଅଞ୍ଚଳରୁ ଏପରି ଶରୀର ମିଳିବା ପରେ ପୁଲିସ୍ ତଦନ୍ତକୁ ଜୋରଦାର କରିଥିଲା। ତଦନ୍ତ ବେଳେ ପଙ୍କଜ ଓ ତା’ର ବନ୍ଧୁ ଦୁରଜନ ପାସି ପୁଲିସ୍ ସ୍କାନରକୁ ଆସିଥିଲେ। ସେମାନଙ୍କୁ ଜେରା କରିବା ବେଳେ ପୁଲିସ୍ ହତ୍ୟା ପଛର ରହସ୍ୟ ସମ୍ପର୍କରେ ଜାଣିବାକୁ ପାଇଛି।
ଜେରା ବେଳେ ପଙ୍କଜ ପୁଲିସ୍କୁ କହିଛି ଯେ ତା’ ପତ୍ନୀ ଜ୍ୟୋତି ନିୟମିତ ଡ୍ରଗ୍ସ ସେବନ କରୁଥିଲେ। ଏପରି କି ଡ୍ରଗ୍ସ ନିଶାରେ ସେ ଆଉ ଜଣଙ୍କ ଘରେ ମଧ୍ୟ ଅନେକ ଦିନ ଧରି ରହୁଥିଲେ। ଶେଷରେ ହତାଶ ହୋଇ ପଙ୍କଜ ଜ୍ୟୋତିଙ୍କୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି।
Powered by Froala Editor