ପୁଣି ଥରେ କ୍ବିଭ୍ କୁ ଟାର୍ଗେଟ, ଅନେକ ଅଟ୍ଟାଳିକା ଧ୍ୱଂସ

ପୁଣି ଥରେ ରୁଷ ଟାର୍ଗେଟର ଶିକାର ହୋଇଛି ୟୁକ୍ରେନର ରାଜଧାନୀ କ୍ବିଭ୍ । କ୍ବିଭ୍ ପ୍ରଶାସନ ଅନୁଯାୟୀ ବୁଧବାର ରୁଷିଆ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏଥର ରୁଷିଆ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକାକୁ ଟାର୍ଗେଟ କରିଛି। ଏଥିରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଛି।
କିଭ୍ ଉପରେ ଆକ୍ରମଣ ପରେ ପଶ୍ଚିମ ୟୁକ୍ରେନର ଲିଭ୍ ସହରର ମେୟର କହିଛନ୍ତି, ଲିଭ୍ରେ ସମ୍ପୂର୍ଣ୍ଣ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସମଗ୍ର ସହରରେ ବିଦ୍ୟୁତ ନାହିଁ । ଆମେ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ଯୋଗାଯୋଗକୁ ଅପେକ୍ଷା କରିଛୁ । ସହରର ଜଳ ଯୋଗାଣରେ ମଧ୍ୟ ବାଧା ଉପୁଜିପାରେ । ଏହି କାରଣରୁ ସହରର ବାସିନ୍ଦା ଅସୁବିଧାରେ ପଡ଼ିପାରନ୍ତି । ରୁଷ ଆକ୍ରମଣ ପରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମିତ୍ରୋ କୁଲେବା ତାଙ୍କ ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସଜାଗ ରହିବାକୁ ଆହ୍ବାନ ଦେଇଛନ୍ତି ।
Powered by Froala Editor