କାର୍ତ୍ତିକେଶ୍ୱର ଭଷାଣୀ ସମୟରେ ବାଣ ବିସ୍ପୋରଣ, ୪୦ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭଷାଣୀ ସମୟରେ ବାଣ ବିସ୍ପୋରଣ। ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ୭ ଆହତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ରାସ୍ତା ଉପରେ ବାଣ ଫୁଟାଇବା ପାଇଁ କିଏ ଅନୁମତି ଦେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାନୁଯାୟୀ, ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଇସିୟୁରେ ସେମାନଙ୍କ ଚିକିତ୍ସା କରାଯାଉଛି। ଏସସିବି ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି। ଅନେକଙ୍କ ଅବସ୍ଥା ଅତି ଗୁରୁତର ରହିଛି । ପ୍ରଥମେ ସମସ୍ତଙ୍କୁ କାଜୁଆଲଟିରେ ଆସୁ ଚିକିତ୍ସା ଯୋଗାଇବା ପରେ ଯାହାର ଆଇସିୟୁ , ସେଣ୍ଟ୍ରାଲ ଆଇସିୟୁ ଆବଶ୍ୟକ ସେମାନଙ୍କୁ ପଠେଇ ଦିଆଯାଇଛି।ଅନ୍ୟପଟେ ଆହତ ୩୦ ଜଣଙ୍କ ମଧ୍ୟରୁ ୫ ଶିଶୁ ରହିଛନ୍ତି। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ ପହଁଚି ସମସ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।
Powered by Froala Editor