ହଠାତ୍ ଶୁଭିଲା ଭୟଙ୍କର ଶଦ୍ଦ, ଥରିଲା ୩ ଜିଲ୍ଲା

ଭୁବନେଶ୍ୱର : ହଠାତ୍ ଶୁଭିଲା ପ୍ରଚଣ୍ଡ ଶଦ୍ଦ । ଚମକି ଉଠିଲା ୩ଜିଲ୍ଲା । ଆଜି ପ୍ରଚଣ୍ଡ ଶଦ୍ଦରେ ୩ଜିଲ୍ଲା ଭଦ୍ରକ, ଯାଜପୁର, ଆନନ୍ଦପୁରର ସମସ୍ତ ଅଂଚଳ ଥରି ଉଠିଛି । ହଠାତ୍ ସବୁକିଛି ସାଧାରଣ ଥିବାବେଳେ ବୋମା ବିସ୍ଫୋରଣ ଭଳି ଏକ ପ୍ରଚଣ୍ଡ ଶଦ୍ଦ ହୋଇଥିଲା ।
ଏହି ବିସ୍ପୋରକ ଶବ୍ଦ ରେ ଲୋକଙ୍କର ଘରର କବାଟ ଝରକା ଥରିଉଠିଥିଲା । ଶଦ୍ଦ ଏତେ ଭୟଙ୍କର ଥିଲା ଯେ, ସମଗ୍ର ଅଂଚଳ ଥରି ଉଠିଥିଲା । ଘର ଭିତରେ ଥିବା ଲୋକମାନେ ସାଙ୍ଗେସାଙ୍ଗ ବାହାରକୁ ଚାଲି ଆସିଥିଲେ । ତେବେ କେଉଁ କାରଣରୁ ଏଭଳି ଶଦ୍ଦ, ତାହା ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ, ଆନନ୍ଦପୁର ଅଞ୍ଚଳରେ ଫାଇଟର ଜେଟ ଆକାଶରେ ଉଡ଼ୁଥିବାର ଲୋକେ ଦେଖିଥିବା ସୁଚନା ମିଳିଛି । ଏହିପଟେ ଏହି ଶଦ୍ଦର ପ୍ରଭାବରେ କାହାର କୌଣସି କ୍ଷତି ହୋଇନାହିଁ ।
Powered by Froala Editor