ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା ଆଜିଠୁ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା। ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ସରିଥିବାବେଳେ ପ୍ରତ୍ୟେକ ଦିନ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ରର ସିଲ୍ ଖୋଲା ଯିବ।
ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ଦେବେ ପରୀକ୍ଷା। ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ।
୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି। ଚଳିତଥର ସମେଟିଭ-ଓ୍ୱାନ୍ ଓ ସମେଟିଭ-ଟୁ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କର ମୂଲ୍ୟାଙ୍କନ କରାଯିବ।
Powered by Froala Editor